Advertisment

'ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି'

'ମୋଦି ମାଗଣା ଚାଉଳ ଦେଉଛି, ବିଜେଡି ସରକାର ସେଥିରେ ନିଜ ଫଟୋ ଛାପୁଛି।'

author-image
Manoj Swain

ବ୍ରହ୍ମପୁର କନିଷି ସଭାରେ ବିଜେଡି ସରକାରକୁ ଜୋରଦାର ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ। କିନ୍ତୁ ମୋଦି ସରକାର ୧୦ ବର୍ଷରେ ଓଡ଼ିଶାକୁ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। କେବଳ ପଇସା ପଠାଇଲେ ହେବ ନି, ଭଲ ସରକାର ହେବା ତ ଦରକାର। ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି। ଏଥିନିମନ୍ତେ ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି। ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି। ମୋଦି ମାଗଣା ଚାଉଳ ଦେଉଛି, ବିଜେଡି ସରକାର ସେଥିରେ ନିଜ ଫଟୋ ଛାପୁଛି। କିଛି ଏଭଳି କହି ବିଜେଡି ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦି।

Advertisment
Bjp PM Modi Odisha