Advertisment

ମମତାଙ୍କ ‘ଦୁଷ୍କର୍ମ ପ୍ରସଙ୍ଗ’ ଚିଠିର କଡ଼ା ଜବାବ ଦେଲା କେନ୍ଦ୍ର

ମମତା ବାନାର୍ଜୀ ଗତ ସପ୍ତାହରେ ମୋଦିଙ୍କୁ ଚିଠି ଲେଖି ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାକୁ ଗୋଟିଏ କଠୋର କେନ୍ଦ୍ରୀୟ ଆଇନର ପ୍ରଣୟନ କରିବାକୁ କହିଥିଲେ। ଏଥିସହ ଦୈନିକ ଦେଶରେ ୯୦ଟି ଦୁଷ୍କର୍ମ ଘଟଣା ଘଟୁଛି । ଅଧିକାଂଶ ମାମଲାରେ ପୀଡ଼ିତାଙ୍କୁ ହତ୍ୟା କରାଯାଉଛି ବୋଲି ଦିଦି ଚିଠିରେ ଲେଖିଥିଲେ।

Mamata

Mamata

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସରକାର। ନିକଟରେ ସମଗ୍ର ଦେଶରେ ଘଟୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମମତା ଚିନ୍ତା ପ୍ରକଟ କରିଥିଲେ। ସେ ଫାଷ୍ଟଟ୍ରାକ କୋର୍ଟ ଠାରୁ ଆରମ୍ଭ କରି ୧୫ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ‌ଏହି ଚିଠିର ଜବାବ ଆଜି କେନ୍ଦ୍ର ପକ୍ଷରୁ ଦିଆଯାଇଛି।

Advertisment

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବେଙ୍ଗଲ ପାଇଁ ୧୨୩ଟି ଫାଷ୍ଟ ଟ୍ରାକ କୋର୍ଟର ବ୍ୟବସ୍ଥା କରାଯାଇଛି। ଦୁଷ୍କର୍ମ ଓ ଶିଶୁ ନିର୍ଯାତନାର ଶୁଣାଣି ପାଇଁ ଏତେ ସଂଖ୍ୟକ କୋର୍ଟଙ୍କୁ ମଞ୍ଜୁରୀ ଦିଆଯାଇଛି। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଏଯାଏ ଅଧିକାଂଶ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିନାହିଁ।

ମମତା ବାନାର୍ଜୀ ଗତ ସପ୍ତାହରେ ମୋଦିଙ୍କୁ ଚିଠି ଲେଖି ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାକୁ ଗୋଟିଏ କଠୋର କେନ୍ଦ୍ରୀୟ ଆଇନର ପ୍ରଣୟନ କରିବାକୁ କହିଥିଲେ। ଏଥିସହ ଦୈନିକ ଦେଶରେ ୯୦ଟି ଦୁଷ୍କର୍ମ ଘଟଣା ଘଟୁଛି । ଅଧିକାଂଶ ମାମଲାରେ ପୀଡ଼ିତାଙ୍କୁ ହତ୍ୟା କରାଯାଉଛି ବୋଲି ଦିଦି ଚିଠିରେ ଲେଖିଥିଲେ।

Advertisment

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ମମତାଙ୍କୁ ଚିଠି ଲେଖି ଏହାର ଜବାବ ଦେଇଛନ୍ତି। କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶ୍ରୀମତୀ ଦେବୀ ଶୋକ ପ୍ରକାଶ କରିଛନ୍ତି। ଏହାପରେ ମନ୍ତ୍ରୀ କହିଛନ୍ତି ଯେ ଗତ ମାସରେ ଭାରତୀୟ ନ୍ୟାୟ ସଂହିତା ପ୍ରଣୟନ ହୋଇଛି। ଏଥିରେ ସ୍ୱତନ୍ତ୍ର ଭାବେ ମହିଳା ବିରୋଧୀ ହିଂସା ସମସ୍ୟାକୁ ଦୃଷ୍ଟିରେ ରଖି କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି।

ଫାଷ୍ଟଟ୍ରାକ କୋର୍ଟ ସମ୍ପର୍କରେ ଶ୍ରୀମତୀ ଦେବୀ କହିଛନ୍ତି, କେନ୍ଦ୍ର ପ୍ରୟୋଜିତ ଏପରି କୋର୍ଟ ପ୍ରତିଷ୍ଠା ପାଇଁ ୨୦୧୯ ଅକ୍ଟୋବରରୁ ଯୋଜନା କାର୍ଯ୍ୟକାରୀ ହୋଇଛି। ୩୦.୦୬.୨୦୨୪ ସୁଦ୍ଧା ଦେଶରେ ୭୫୨ଟି ଫାଷ୍ଟଟ୍ରାକ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି। ଏହା ମଧ୍ୟରେ ପୋକ୍ସ ମାମଲା ପାଇଁ ସ୍ୱତନ୍ତ୍ର ଭାବେ ୪୦୯ଟି କୋର୍ଟକୁ କାର୍ଯ୍ୟକାରୀ ହେଉଛି।

ଫାଷ୍ଟଟ୍ରାକ କୋର୍ଟରେ ୨,୫୩,୦୦୦ କେସ୍‌ର ବିଚାର ଶେଷ ମଧ୍ୟ ହୋଇଛି। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ଭାବେ ୧୨୩ଟି ଫାଷ୍ଟଟ୍ରାକ କୋର୍ଟକୁ ମଞ୍ଜୁରୀ ଦିଆଯାଇଛି। ଏହା ମଧ୍ୟରେ ପୋକ୍ସ ମାମଲା ପାଇଁ ସ୍ୱତନ୍ତ୍ର ୨୦ଟି କୋର୍ଟ ରହିଛି। ୧୦୩ କୋର୍ଟକୁ ମିଳିତ ଭାବେ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ପାଇଁ କୁହାଯାଇଛି। କିନ୍ତୁ ୨୦୨୩ ଜୁନ ଯାଏ ଏଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ନଥିଲା।

ପଶ୍ଚିମବଙ୍ଗ ସରକାର ୦୮.୦୬.୨୦୨୩ରେ ଚିଠି ଲେଖି ଯୋଜନାରେ ଭାଗ ନେବାକୁ ରାଜି ହୋଇଥିଲେ। ରାଜ୍ୟରେ ୭ଟି ଫାଷ୍ଟଟ୍ରାକ ଖୋଲିବାକୁ କହିଥିଲେ। ସଂଶୋଧିତ କରାଯାଇ ପଶ୍ଚିମବଙ୍ଗକୁ ୧୭ଟି ଫାଷ୍ଟଟ୍ରାକ କୋର୍ଟ ଖୋଲିବାକୁ କୁହାଯାଇଥିଲା। କିନ୍ତୁ ଏହା ମଧ୍ୟରୁ କେବଳ ୬ଟି ସ୍ୱତନ୍ତ୍ର ପୋକ୍ସ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିଛି।

ରାଜ୍ୟରେ ୪୮,୬୦୦ଟି ଦୁଷ୍କର୍ମ ଓ ପୋକ୍ସ ମାମଲା ପଡ଼ି ରହିଛି। ତଥାପି ରାଜ୍ୟ ସରକାର ବାକି ୧୧ଟି କୋର୍ଟ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନେଇ ନାହାନ୍ତି। କୋର୍ଟ ଖୋଲିବା ପ୍ରକ୍ରିୟାକୁ ରାଜ୍ୟ ସରକାରଙ୍କ ପାଖରେ ପଡ଼ି ରହିଛି ବୋଲି ସେ କହିଛନ୍ତି।

ମହିଳାଙ୍କ ସମସ୍ୟା ଦୂର କରିବା ପାଇଁ ଜାତୀୟ ହେଲପ ଲାଇନ ନମ୍ବରକୁ ମଧ୍ୟ ବେଙ୍ଗଲରେ କ୍ଷମତାସୀନ ଟିଏମସି ସରକାର କାର୍ଯ୍ୟକାରୀ ନଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

Mamata Banerjee Mamata Didi Kolkata Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe