Advertisment

ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ: ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଏହି ଯୋଜନାରେ ଦେଶର ୮୦ କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ।

author-image
Debibandita Barick
ଅଦ୍ୟତନ ହୋଇଛି
undefined

PM Narendra Modi

ପୁଣି ବଢ଼ିବ କେନ୍ଦ୍ରର ମାଗଣା ରାସନ ଯୋଜନା ଅବଧି। ଆହୁରି ପାଞ୍ଚ ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନାରେ ଦେଶର ୮୦ କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ। 

Advertisment

ଆଗକୁ ନିର୍ବାଚନ ଥିବା ଛତିଶଗଡ଼ରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ବିଜେପି ସରକାର ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଉଛନ୍ତି। ଆପଣମାନଙ୍କର ଭଲପାଇବା ଏବଂ ଆଶୀର୍ବାଦ ମୋତେ ସର୍ବଦା ପବିତ୍ର ନିଷ୍ପତ୍ତି ନେବାକୁ ଶକ୍ତି ଦେଇଥାଏ।’

ଛତିଶଗଡ଼ରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିବା ସହ କଂଗ୍ରେସ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ସବୁବେଳେ ଆର୍ଥିକ ଲାଭକୁ ପ୍ରାଧାନ୍ୟ ଦେଉଥିବା ଏବଂ ବାରମ୍ବାର ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଏଥିସହ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘କଂଗ୍ରେସ ଆତ୍ମନିର୍ଭରଶୀଳ ଏବଂ ଆତ୍ମବିଶ୍ୱାସୀ ଗରିବଙ୍କୁ ଘୃଣା କରେ। ଦଳ ସବୁବେଳେ ଚାହେଁ, ଗରିବମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୁଅନ୍ତୁ ଏବଂ ଗୁହାରି କରନ୍ତୁ। ଗରିବଙ୍କୁ ଗରିବ କରି ରଖିବାକୁ ଦଳ ଚାହୁଁଛି। ତେଣୁ ଗରିବଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଠାରେ କଂଗ୍ରେସ ସରକାର ନିଜର ସମସ୍ତ ଶକ୍ତି ଲଗାଇ ଦେଉଛି।’

ଆପଣ ଗତ ପାଞ୍ଚ ବର୍ଷ ଧରି କଂଗ୍ରେସ ଦ୍ୱାରା ହୋଇଥିବା ଅନ୍ୟାୟ ଏବଂ ଦୁର୍ନୀତିକୁ ସହ୍ୟ କରିଛନ୍ତି। ମୋତେ ବିଶ୍ୱାସ କରନ୍ତୁ, ମାତ୍ର ୩୦ ଦିନ ବାକି ଅଛି। ଏହା ପରେ ଆପଣ ଏହି ସମସ୍ୟାରୁ ମୁକ୍ତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରକାଶ ଥାଉ କି ଆଗକୁ ରହିଛି ଛତିଶଗଡ଼ ବିଧାନସଭା ନିର୍ବାଚନ। ଏଠାରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୭ ଓ ୧୭ରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏବଂ ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଥିବାରୁ ବିଭିନ୍ନ ଦଳ ପାଇଁ ଏହା ଏକ ପ୍ରକାର ଫ୍ଲୋର୍ ଟେଷ୍ଟ। ତେଣୁ ବିଧାନସଭା ନିର୍ବାଚନରେ ବାଜିମାତ୍ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜନୈତିକ ଦଳ। 

PM Modi Free Ration Scheme Assembly Election