Advertisment

ମଣିପୁରକୁ ନେଇ ବିରୋଧୀ-ସରକାର ମୁହାଁମୁହିଁ, ଚାଲିପାରୁନି ସଂସଦ

ବିରୋଧୀ ଦଳଗୁଡ଼ିକ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ଗୃହ ବାହାରେ କହୁଥିବା ବେଳେ ଭିତରେ କିଛି ବି କହୁନାହାନ୍ତି। ଏହା ସଂସଦର ଅପମାନ ବୋଲି ବିରୋଧୀ କହିଛନ୍ତି।

Congress

Congress

Advertisment

ମଣିପୁର ହିଂସାକୁ ନେଇ ବିରୋଧୀ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ତାତି ଯୋଗୁ ଗୃହରେ ଅଚଳାବସ୍ଥା ଲାଗି ରହିଛି।

Advertisment

ବିରୋଧୀ ଦଳଗୁଡ଼ିକ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ଗୃହ ବାହାରେ କହୁଥିବା ବେଳେ ଭିତରେ କିଛି ବି କହୁନାହାନ୍ତି। ଏହା ସଂସଦର ଅପମାନ ବୋଲି ବିରୋଧୀ କହିଛନ୍ତି।

ତେବେ କ୍ଷମତାସୀନ ବିରୋଧୀ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ପାଇଁ ବିରୋଧୀଙ୍କୁ ଦାୟୀ କରିଛି। ବିରୋଧୀ ଜାଣିଶୁଣି ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଏହାକୁ ଚାଲିବାକୁ ଦେଉ ନଥିବା ବିଜେପି କହିଛି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ସଂସଦରେ ଲାଗି ରହିଥିବା ଅଚଳାବସ୍ଥା ଓ ସାଂଗଠନିକ ସ୍ଥିତି ସମ୍ପର୍କରେ ଉଭୟ ମୋଦିଙ୍କ ସହ ଆଲୋଚନା କରିଥିବା କୁହାଯାଉଛି।

ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଶତାଧିକ ଲୋକ ଉଲଗ୍ନ କରି ଚଲାଇ ଚଲାଇ ନେବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ମଣିପୁରରେ ୮୦ରୁ ଅଧିକ ଦିନ ହେବ ହିଂସା ଲାଗି ରହିଥିବା ବେଳେ ସରକାର ଏହାକୁ ରୋକିବାରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରିଛନ୍ତି।

ତେବେ ଗୃହରେ ମଣିପୁର ପ୍ରସଙ୍ଗରେ ଅଲୋଚନା କରିବାକୁ ସରକାର ରାଜି ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। କିନ୍ତୁ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବିରେ ଅଟଳ ରହିଛନ୍ତି।

ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, “ଆମର ଦାବି ହେଲା ପ୍ରଧାନମନ୍ତ୍ରୀ ଗୃହକୁ ଆସନ୍ତୁ ଓ ନିଜର ବିବୃତି ରଖନ୍ତୁ। ଆମେ ଉକ୍ତ ବିବୃତି ଉପରେ ଆଲୋଚନା କରିବାକୁ ରାଜି ଅଛୁ। ଆପଣ(ପ୍ରଧାନମନ୍ତ୍ରୀ) ବାହାରେ କହୁଛନ୍ତି। କିନ୍ତୁ ଗୃହରେ କିଛି କହୁ ନାହାନ୍ତି। ଏହା ସଂସଦ ପ୍ରତି ଅପମାନ।”

ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ମଣିପୁର ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବାରୁ ପ୍ରଶ୍ନ ଉଠାଇଛନ୍ତି। ଜେଡିୟୁ ନେତା ଲଲନ ସିଂହ ମଣିପୁର ଘଟଣା ଦେଶ ପାଇଁ ଲଜ୍ଜା ବୋଲି କହିଛନ୍ତି। ସେ କହିଛନ୍ତି, “ମଣିପୁରରେ ଡବଲ ଇଞ୍ଜିନ ସରକାର ରହିଛି। ସେମାନେ ପୂରା ଘଟଣାପ୍ରତି ଅସମ୍ବେଦନଶୀଳ ରହିଛନ୍ତି। ଆମର ଦାବି ହେଲେ ପ୍ରଧାନମନ୍ତ୍ରୀ ଗୃହକୁ ଆସନ୍ତୁ ଓ ବିବୃତି ରଖନ୍ତୁ।”

ତେବେ ବିଜେପି ଏହାକୁ କାଉଣ୍ଟର କରିବା ସହ ବିରୋଧୀ ମଣିପୁର ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି ବୋଲି କହିଛି।

Parliament Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe