Advertisment

୭ମ ଥର ପାଇଁ ସଢ଼େଇକଳାରୁ ଜିତିଲେ ଚମ୍ପାଇ ସୋରେନ

ଚମ୍ପାଇ ସୋରେନ ନିର୍ବାଚନର ଠିକ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ତା’ ପୂର୍ବରୁ ସେ ବିଜେପିର ପ୍ରବଳ ବିରୋଧୀ ଥିଲେ।

soren

soren

Advertisment

ଜେଏମଏମ ଛାଡ଼ି ବିଜେପିରେ ମିଶିଥିବା ଚମ୍ପାଇ ସୋରେନ ବିଧାନସଭା ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି। ନିଜ ଗଡ଼ ସଢ଼େଇକଳାରେ ପ୍ରଥମଥର ପାଇଁ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା ଚମ୍ପାଇ ୨୦ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି।

Advertisment

ସେ କ୍ଷମତାସୀନ ଜେଏମଏମର ଗଣେଶ ମାହାଲିଙ୍କୁ ହରାଇଛନ୍ତି। ଏହି ବିଜୟ ସହ ଚମ୍ପାଇ ସୋରେନ ୭ମ ଥର ପାଇଁ ଏଠାରେ ଜିତିଛନ୍ତି। ୧୯୯୧ରୁ ସେ ସଢ଼େଇକଳାରୁ ଜିତି ଆସୁଥିବା ବେଳେ ପ୍ରଥମଥର ପାଇଁ ବିଜେପିରୁ ଜିତିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚମ୍ପାଇ ସୋରେନ ନିର୍ବାଚନର ଠିକ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ତା’ ପୂର୍ବରୁ ସେ ବିଜେପିର ପ୍ରବଳ ବିରୋଧୀ ଥିଲେ। ସେହିପରି ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଗଣେଶ ଏକଦା ବିଜେପିର ସମର୍ଥକ ଥିଲେ। କିନ୍ତୁ ଏଥର ସେ ଜେଏମଏମ ଟିକେଟରୁ ନିର୍ବାଚନ ଲଢ଼ୁଥିଲେ। ଏପରି ଦଳ ବଦଳ କେବଳ ଦଳୀୟ କର୍ମୀ ନୁହେଁ, ବରଂ ଭୋଟରଙ୍କ ମନରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।

Advertisment

ଝାରଖଣ୍ଡର ଟାଇଗର ଭାବେ ପରିଚିତ ଚାମ୍ପାଇ ୧୯୯୦ ମସିହାରୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନର ପୁରୋଧା ସାଜିଥିଲେ। ଜେଏମଏମର ପ୍ରତିଷ୍ଠା ଶିବୁ ସୋରେନଙ୍କର ସେ ‌ଅତ୍ୟନ୍ତ ଘନିଷ୍ଠ।

ଚମ୍ପାଇ ସୋରେନ ଓ ଜେଏମଏମର ଆନ୍ଦୋଳନ ଯୋଗୁ ୨୦୦୦ ମସିହାରେ ଝାରଖଣ୍ଡ ପ୍ରଦେଶ ଗଠନ ହୋଇଥିଲା। ୧୯୯୦ରୁ ଶିବୁ ସୋରେନ ଓ ଜେଏମଏମ ସହ ରହିଥିବା ଚମ୍ପାଇ ନିକଟରେ ବିଜେପିରେ ସାମିଲ ହୋଇଥିଲେ।

Jharkhand Champai Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe