Advertisment

JMM ଛାଡ଼ିଲେ ଚମ୍ପାଇ ସୋରେନ, କାଲି ବିଜେପିରେ ମିଶିବେ

ସେ ବିଜେପିରେ ମିଶିବାକୁ ଯାଉଥିବା ବେଳେ ଝାରଖଣ୍ଡ ପାଇଁ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି।

author-image
Hemant Lenka
JMM

JMM

ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଆଜି ଦଳ ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ଆଜି ସେ ଜେଏମଏମ ଛାଡ଼ିଥିବା ବେଳେ ଆସନ୍ତାକାଲି ବିଜେପିରେ ଯୋଗଦେବେ। ସେ ବିଜେପିରେ ମିଶିବାକୁ ଯାଉଥିବା ବେଳେ ଝାରଖଣ୍ଡ ପାଇଁ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି। 

Advertisment

ଚମ୍ପାଇ ସୋରେନ ତାଙ୍କ ବିବୃତିରେ କହିଛନ୍ତି ଯେ ତାଙ୍କୁ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏଏମ ଛାଡ଼ିବାକୁ ବାଧ୍ୟ କରାଯାଇଛି। ବର୍ତ୍ତମାନ ଜେଏମଏମ ତା’ର ଲକ୍ଷ୍ୟ ଓ ଆଭିମୁଖ୍ୟ ହରାଇ ସାରିଛି ବୋଲି ମଧ୍ୟ ଚମ୍ପାଇ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଜେଏମଏମ ମୋ ପରିବାର ଭଳି ଥିଲା। ମୁଁ ଦଳ ଛାଡ଼ିବି ବୋଲି କେବେ ହେଲେ ସ୍ୱପ୍ନରେ ମଧ୍ୟ ଭାବି ନଥିଲି। କିନ୍ତୁ ଏହି କିଛି ଦିନ ମଧ୍ୟରେ ଏମିତି କିଛି ଘଟିଥିଲା, ଯାହା ମୋତେ କଷ୍ଟ ଦେଇଥିଲା।

Advertisment

ମୁଁ ଏପରି ଗୋଟିଏ କଠିନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ମୋତେ ଏପରି ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି। ବର୍ତ୍ତମାନର କାର୍ଯ୍ୟଶୈଳୀ ଓ ନୀତିରେ ବିମୁଖ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଦୟା କରି ମୋ ଇସ୍ତଫାପତ୍ରକୁ ଗ୍ରହଣ କରି ନିଆଯାଉ।”

ମଙ୍ଗଳବାର ଚମ୍ପାଇ ସୋରେନ ବିଜେପିରେ ମିଶିବାକୁ ଯାଉଥିବାର ନିଶ୍ଚିତ କରିଥିଲେ। ସନ୍ଥାଲ ପ୍ରଗଣା ଅଞ୍ଚଳରେ ଆଦିବାସୀଙ୍କ ପରିଚୟର ସୁରକ୍ଷା ପାଇଁ ସେ ବିଜେପିରେ ମିଶୁଥିବା କହିଥିଲେ। ଏଠାରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ। ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ। ଏହାପରେ ଜେଏମ୍‌ଏମ୍‌ରେ ବିବାଦ ଦେଖାଦେଇଥିଲା।

Jharkhand JMM Champai Soren