Advertisment

ମୁଖ୍ୟମନ୍ତ୍ରୀ ପଦରୁ ଚମ୍ପାଇ ସୋରେନଙ୍କ ଇସ୍ତଫା

ଚମ୍ପାଇ ଇସ୍ତଫା ଦେଇଥିବାରୁ ଜାମିନରେ ଜେଲରୁ ମୁକୁଳି ଥିବା ହେମନ୍ତ ସୋରେନ ପୁଣି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ।

author-image
Hemant Lenka
JMM

JMM

ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ। ସେ ଆଜି ସନ୍ଧ୍ୟାରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। 

Advertisment

ଚମ୍ପାଇ ଇସ୍ତଫା ଦେଇଥିବାରୁ ଜାମିନରେ ଜେଲରୁ ମୁକୁଳି ଥିବା ହେମନ୍ତ ସୋରେନ ପୁଣି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଚମ୍ପାଇ ସୋରେନ ଇସ୍ତଫା ଦେବା ପୂର୍ବରୁ ଜେଏମଏମର ବିଧାୟକ ଦଳ ବୈଠକ ହୋଇଥିଲା। ଏଥିରେ ହେମନ୍ତ ସୋରେନଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିଲା।

ସେହିପରି ଝାରଖଣ୍ଡର ମେଣ୍ଟ ସରକାରରେ ଥିବା କଂଗ୍ରେସ ଓ ଆରଜେଡି ମଧ୍ୟ ହେମନ୍ତ ସୋରେନଙ୍କୁ ସମର୍ଥନ କରିଥିଲେ। ତେଣୁ ସେ ଝାରଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Advertisment

ଜାନୁଆରୀ ୩୧ରେ ଇଡି ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଗିରଫର କିଛି ମିନିଟ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହାପରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଅତ୍ୟନ୍ତ ଖାସ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ।

କିନ୍ତୁ ୫ ମାସ ଜେଲରେ ରହିବା ପରେ ହେମନ୍ତ ସୋରେନ ଜାମିନରେ ମୁକୁଳିଛନ୍ତି। ସେ ଜେଲରୁ ମୁକୁଳିଥିବାରୁ ୫ ମାସ ଧରି ଚାଲିଥିବା ଚମ୍ପାଇ ସରକାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Jharkhand Hemant Soren Champai Soren