Advertisment

ଆସ୍ଥା ଭୋଟ୍ ଜିତିଲେ ଚମ୍ପାଇ ସୋରେନ

୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କଲେ ଚମ୍ପାଇ ସୋରେନ।

ଅଦ୍ୟତନ ହୋଇଛି
Champai Soren

Champai Soren

Advertisment

ଆସ୍ଥା ଭୋଟ୍ ଜିତିଲା ଚମ୍ପାଇ ସୋରେନଙ୍କ ସରକାର। ଆଜି ବିଧାନସଭାରେ ଚାଲିଥିବା ଫ୍ଲୋର୍ ଟେଷ୍ଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପାଇ।

Advertisment

ଏହି ବିଜୟ ସହ ଝାଡଖଣ୍ଡରେ ଆରମ୍ଭ ହୋଇଛି ଚମ୍ପାଇ ସରକାର। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଝାଡଖଣ୍ଡରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଥିଲା।

ଜନୁଆରୀ 31ରେ ହେମନ୍ତ ସୋରେନଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାପରେ କିଏ ରାଇଜ ମୁଖିଆ ହେବେ, ସେନେଇ ବିଚାରବିମର୍ଶ ହୋଇଥିଲା। ବହୁ ନୂଆ ଚେହେରା ମଧ୍ୟରେ ଶେଷରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଫେବ୍ରୁଆରୀ 2ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପାଇ।

Advertisment

କିନ୍ତୁ ଚମ୍ପାଇଙ୍କୁ ପୂର୍ଣ୍ଣ ବହୁମତର ପ୍ରମାଣ କରିବାକୁ ପଡିଥିଲା। ଏଥିପାଇଁ ଦୁଇ ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇଥିଲା। ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାର ସଂଖ୍ୟାଗରିଷ୍ଠତା ପାଇଁ ୪୧ ଭୋଟ୍ ଆବଶ୍ୟକ ଥିଲା। ଚମ୍ପାଇ ସରକାର ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି। 

ଖବର ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲରୁ ଆସି ଆସ୍ଥା ଭୋଟରେ ଯୋଗ ଦେଇଥିଲେ। ଏହାପରେ ସେ ପୁଣି ଇଡି ହେପାଜତକୁ ଯାଇଛି। 

Champai Soren Champai Soren Wins Floor Test Jharkhand Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe