Advertisment

ମୋ ଜୀବନ ବିପଦରେ କହିଲେ ଚମ୍ପାଇ ସୋରେନ

ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ୱାଧୀନ ସରକାରଙ୍କୁ ଲୋକମାନେ ଉଚିତ ଜବାବ ଦେବେ ବୋଲି ଆଶା ରଖିଛନ୍ତି।

author-image
Hemant Lenka
Soren

Soren

ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ନୂଆ କରି ବିଜେପିରେ ମିଶିଥିବା ଚମ୍ପାଇ ସୋରେନ। ହେମନ୍ତ ସୋରେନଙ୍କ ସରକାର ତାଙ୍କୁ ମିଳୁଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଛନ୍ତି ଓ ତାଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ଚମ୍ପାଇ ସୋରେନ ଅଭିଯୋଗ କରିଛନ୍ତି।

Advertisment

ନ୍ୟୁଜ ଏଜେନ୍ସି ପିଟିଆଇ ଆଗରେ ଚମ୍ପାଇ ସୋରେନ ଅଭିଯୋଗ କରିଛନ୍ତି ଯେ ତାଙ୍କ ସୁରକ୍ଷା ଗାଡ଼ିକୁ ପ୍ରତ୍ୟାହାର କରି ନିଆଯିବା ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର। ସେ କହିଛନ୍ତି, “ମୋ ସହ ଜଡ଼ିତ ଥିବା ସମସ୍ତ ସୁରକ୍ଷା ଗାଡ଼ିକୁ ଝାରଖଣ୍ଡ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର ବଳରେ ଏପରି ପଦକ୍ଷେପ ନିଆଯିବ ସହ ମୋ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି। ମୋ ଜୀବନ ଏବେ ବିପଦରେ। ତେବେ ମୁଁ ଏଥିର ଆଦୌ ଭୟଭୀତ ନୁହେଁ। ଝାରଖଣ୍ଡର ଲୋକମାନେ ମୋତେ ସୁରକ୍ଷା ପ୍ରଦାନ କରିବେ।”

ନିଜ ଆଦର୍ଶ ଓ ମୂଲ୍ୟବୋଧରେ ସେ କେବେ ହେଲେ ବୁଝାମଣା କରିବେ ନାହିଁ ବୋଲି ଚମ୍ପାଇ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ୱାଧୀନ ସରକାରଙ୍କୁ ଲୋକମାନେ ଉଚିତ ଜବାବ ଦେବେ ବୋଲି ଆଶା ରଖିଛନ୍ତି।

Advertisment

ବିଜେପି ଝାରଖଣ୍ଡରେ ରାଜନୀତିକ ନେତାକୁ କିଣୁଛି ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କରିଥିବା ଅଭିଯୋଗର ଜବାବ ମଧ୍ୟ ଚମ୍ପାଇ ଦେଇଛନ୍ତି। ସେ କହିଛନ୍ତି, “ମୋତେ କିଣିବାର ସାହାସ କାହା ପାଖରେ ନାହୀଁ। ଜେଏମଏମ ଛାଡ଼ିବାର କାରଣ ଓ ଉଦ୍ଦେଶ୍ୟ ମୁଁ ପୂର୍ବରୁ ସ୍ପଷ୍ଟ ଭାବେ କହି ସାରିଛି।”

ଚମ୍ପାଇ ସୋରେନ ଅଗଷ୍ଟ ମାସରେ ଜେଏମଏମ ଛାଡ଼ି ବିଜେପିରେ ମିଶିଥିଲେ। ଜେଏମଏମର କାର୍ଯ୍ୟ ଶୈଳୀ ଓ ନୀତିକୁ ବିରୋଧ କରି ସେ ଦଳ ଛାଡ଼ିଥିବା କହିଥିଲେ।

ସଢ଼େଇକଳାର ପୂର୍ବତନ ବିଧାୟକ ଚମ୍ପାଇ ସୋରେନ ଫେବୃଆରୀ ୨ରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲା। ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାରୁ ତାଙ୍କ ସ୍ଥାନରେ ଚମ୍ପାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ତେବେ ସେ ଜେଲରୁ ମୁକୁଳିବା ପରେ ଜୁଲାଇରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଜୁଲାଇ ୪ରେ ହେମନ୍ତ ସୋରେନ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Jharkhand Hemant Soren Champai Soren