Advertisment

ଘନିଷ୍ଠ ସହଯୋଗୀଙ୍କ ଝିଅଙ୍କୁ ଦ୍ୱିତୀୟ ବିବାହ କଲେ ବ୍ୟୋମକେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଆଜି ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଚିଲିକା କୂଳରେ ଥିବା ଏକ ତାରକା ହୋଟେଲରେ ଶ୍ରୀ ରାୟ ନିଜର ଜଣେ ଘନିଷ୍ଠ ରାଜନୀତିକ ସହଯୋଗୀଙ୍କ ଝିଅଙ୍କୁ ଆଜି ଦ୍ୱିତୀୟ ବିବାହ କରିଛନ୍ତି। ବିବାହର ଏକ ଫଟୋ ନିଜ ଫେସବୁକରେ ଅପଲୋଡ୍ କରି ଶ୍ରୀ ରାୟ ବିବାହ କରିଥିବାର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଚାନ୍ଦବାଲି ବ୍ଲକ ଘଟପୁର ଗାଁର ଅଶୋକ […]

author-image
Ordigital Desk
ଅଦ୍ୟତନ ହୋଇଛି
ଘନିଷ୍ଠ ସହଯୋଗୀଙ୍କ ଝିଅଙ୍କୁ ଦ୍ୱିତୀୟ ବିବାହ କଲେ ବ୍ୟୋମକେଶ

byomakesh

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଆଜି ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଚିଲିକା କୂଳରେ ଥିବା ଏକ ତାରକା ହୋଟେଲରେ ଶ୍ରୀ ରାୟ ନିଜର ଜଣେ ଘନିଷ୍ଠ ରାଜନୀତିକ ସହଯୋଗୀଙ୍କ ଝିଅଙ୍କୁ ଆଜି ଦ୍ୱିତୀୟ ବିବାହ କରିଛନ୍ତି। ବିବାହର ଏକ ଫଟୋ ନିଜ ଫେସବୁକରେ ଅପଲୋଡ୍ କରି ଶ୍ରୀ ରାୟ ବିବାହ କରିଥିବାର ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ଚାନ୍ଦବାଲି ବ୍ଲକ ଘଟପୁର ଗାଁର ଅଶୋକ ବଳଙ୍କ ସାନ ଝିଅ ତଦାସା ସାଇ ଦର୍ଶିନୀ ବଳଙ୍କୁ ଆଜି ପାରମ୍ପରିକ ରୀତିନୀତିରେ ବ୍ୟୋମକେଶ ବିବାହ କରିଛନ୍ତି। ଭଦ୍ରକ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ ଏହି ବିବାହରେ ତଦାସାଙ୍କ ପିତା ହୋଇ କନ୍ୟାଦାନ କରିଥିବା ସୂଚନା ମିଳିଛି। ୱେଡିଂ ଡେଷ୍ଟିନେସନ ଭାବେ ପରିଚିତ ଚିଲିକାର ଏକ ତାରକା ହୋଟେଲରେ ଗତକାଲିଠୁ ଏହି ବିବାହ ଉତ୍ସବ ଲାଗି ରହିଥିଲା। ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟଙ୍କ ସମେତ ବିଜେଡିର କିଛି ମନ୍ତ୍ରୀ, ବିଧାୟକ ମଧ୍ୟ ସପରିବାର ଗତକାଲିଠୁ ହୋଟେଲରେ ଡେରା ପକାଇଥିଲେ।

ଗତକାଲି ରାତି ଓ ଆଜି ଦିନରେ ବିବାହ ଉତ୍ସବ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା। ୪୦ବର୍ଷୀୟ ବ୍ୟୋମକେଶଙ୍କର ଏହା ଦ୍ୱିତୀୟ ବିବାହ ହୋଇଥିବାବେଳେ ଏହି ସମାରୋହରେ ତାଙ୍କର ୫ବର୍ଷୀୟା ଝିଅ ମଧ୍ୟ ଉପସ୍ଥିତ ଥିଲେ। ବିବାହ ଉତ୍ସବରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ସଞ୍ଜିବ ମଲ୍ଲିକ ଆଦି ନିଜର ପରିବାର ସହ ସାମିଲ ହୋଇଥିବାବେଳେ ଅନ୍ୟ କିଛି ବିଧାୟକ ଓ ବିଜେଡି ନେତା ମଧ୍ୟ ଯୋଗ ଦେଇଥିବା ସୂଚନା ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ବ୍ୟୋମକେଶ ରାୟ ଚାନ୍ଦବାଲିର ବିଧାୟକ ହେବାପରଠୁ ଅଶୋକ ବଳଙ୍କ ସହ ତାଙ୍କର ଘନିଷ୍ଠତା ବୃଦ୍ଧି ପାଇଥିଲା। ସେ ବ୍ୟୋମକେଶଙ୍କ ଘନିଷ୍ଠ ରାଜନୀତିକ ସହଯୋଗୀ ଭାବେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ କାର୍ଯ୍ୟ କରୁଛନ୍ତି। ଏପରିକି ବ୍ୟୋମକେଶ ଚାନ୍ଦବାଲି ଗସ୍ତବେଳେ ପ୍ରାୟ ଅଧିକାଂଶ ସମୟ ଶ୍ରୀ ବଳଙ୍କ ଘରେ ରହିଥାନ୍ତି ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି ।

ବ୍ୟୋମକେଶଙ୍କ ପ୍ରଥମ ପତ୍ନୀ ନୀଳିମାଙ୍କ ୨୦୨୦ ଫେବୃୟାରୀ ୩ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ନୀଳିମାଙ୍କୁ ଶ୍ରୀ ରାୟ ୨୦୧୪ ମସିହାରେ ପ୍ରେମ ବିବାହ କରିଥିଲେ ଓ ଉଭୟଙ୍କର ଏକମାତ୍ର ଝିଅ ଅଛି, ଯାହାଙ୍କ ବୟସ ଏବେ ୫ବର୍ଷ ହେବ । ତଦାସା ଗତ କିଛିମାସ ଧରି ଭୁବନେଶ୍ୱରରେ ରହୁଥିଲେ।

Bjd Leader Byomkesh Ray