Advertisment

ଜୋରଦାର ହଙ୍ଗାମା, ଚଣ୍ଡିଗଡ଼ ମେୟର ନିର୍ବାଚନ ସ୍ଥଗିତ

ମ୍ୟୁନିସିପାଲିଟି କର୍ପୋରେସନ କାର୍ଯ୍ୟାଳୟ ବାହାରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ନେତାମାନେ ଜୋରଦାର ହଙ୍ଗାମା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

author-image
Madhupriya Mistry
mayoral-elections-postponed

mayoral-elections-postponed

ସ୍ଥଗିତ ହେଲା ଗୁରୁବାର ହେବାକୁ ଥିବା ଚଣ୍ଡିଗଡ଼ ମେୟର ନିର୍ବାଚନ। ଚଣ୍ଡିଗଡ ମ୍ୟୁନିସିପାଲିଟି କର୍ପୋରେସନ କାର୍ଯ୍ୟାଳୟ ବାହାରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ନେତାମାନେ ଜୋରଦାର ହଙ୍ଗାମା କରିବା ପରେ ଏହି ନିର୍ବାଚନକୁ ଆଗାମୀ ନିର୍ଦ୍ଦେଶ ଯାଏ ସ୍ଥଗିତ ରଖାଯାଇଛି। ମ୍ୟୁନିସିପାଲିଟି କର୍ପୋରେସନ କାର୍ଯ୍ୟାଳୟକୁ ସେମାନଙ୍କୁ ପ୍ରବେଶ କରାଯାଉ ନାହିଁ ବୋଲି କଂଗ୍ରେସ କାଉନସିଲରମାନେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ମୁତାବକ, ମେୟର ନିର୍ବାଚନ ପାଇଁ ନିୟୋଜିତ ପ୍ରିଜାଇଡିଂ ଅଫିସର ଅନିଲ ମସିହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତେଣୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଦିଆଯିବା ପରେ ମ୍ୟୁନିସିପାଲିଟି କର୍ପୋରେସନ କାର୍ଯ୍ୟାଳୟ ବାହାରେ କଂଗ୍ରେସ ଓ ଆପ୍‌ର କର୍ମୀମାନେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥିଲେ।

ଚଣ୍ଡିଗଡ ମେୟର ନିର୍ବାଚନ ପାଇଁ ଗୁରୁବାର ତଥା ଆଜି ୧୧ଟାରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା। ଆପ୍‌ ଓ କଂଗ୍ରେସ ଇଣ୍ଡିଆ ମିଳିତ ମଞ୍ଚର ମେଣ୍ଟରେ ଏହି ନିର୍ବାଚନ ଲଢ଼ୁଥିଲେ। ତେବେ ବିଜେପିର କୌଣସି ମଧ୍ୟ କାଉନ୍‌ସିଲର ମ୍ୟୁନିସିପାଲିଟି କର୍ପୋରେସନ କାର୍ଯ୍ୟାଳୟରେ ପହଞ୍ଚି ନଥିଲେ। ତେଣୁ ସେମାନେ ପୂର୍ବରୁ ହିଁ ନିର୍ବାଚନ ସ୍ଥଗିତ ହେବ ବୋଲି ଜାଣିଥିଲେ ବୋଲି କଂଗ୍ରେସ ଓ ଆପ୍‌ ମିଳିତ ଅଭିଯୋଗ କରିଛନ୍ତି। ବିଜେପି ପରାଜୟକୁ ସାମ୍ନାରେ ଦେଖି ଭୟଭୀତ ହୋଇଯାଇଥିବା କଂଗ୍ରେସ କହିଛି।

Advertisment

ଏ ସମଗ୍ର ପ୍ରସଙ୍ଗରେ କଂଗ୍ରେସ ନେତା ପୱନ ବନସଲ କହିଛନ୍ତି ଯେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ଏହା ଏକ ଷଡଯନ୍ତ୍ର। କାରଣ ବିଜେପି ସେମାନଙ୍କ କାଉନସିଲରଙ୍କୁ ଭାଙ୍ଗି ପାରିବ ନାହିଁ, ତେଣୁ ବର୍ତ୍ତମାନ ନିର୍ବାଚନ ସ୍ଥଗିତ ରଖାଯାଉଛି, ଆମେ କୋର୍ଟକୁ ଯିବୁ ବୋଲି ସେ ଚେତାବନୀ ଦେଇଛନ୍ତି।

ସେପଟେ ଏହାକୁ ନେଇ ଆପ୍‌ ସାଂସଦ ରାଘବ ଚାଡ୍ଡା କହିଛନ୍ତି ଯେ ବିଜେପି ଇଣ୍ଡିଆ ମିଳିତ ମଞ୍ଚକୁ ଭୟ କରୁଛି, ଏହା ଏକ ଛୋଟ ନିର୍ବାଚନ ଥିଲା। ଯଦି ଏଥିରେ ଏଭଳି ସ୍ଥିତି ସୃଷ୍ଟି ହେଉଛି ତେବେ ଯେତେବେଳେ ୨୦୨୪ରେ ଇଣ୍ଡିଆ ମିଳିତ ମଞ୍ଚ ଏକତ୍ର ନିର୍ବାଚନ ଲଢ଼ିବ ସେତେବେଳେ ବିଜେପିର ଅବସ୍ଥା କ’ଣ ହେବ? ଭାରତର ୧୩୫ କୋଟି ଲୋକ ବିଜେପିକୁ ଉପଯୁକ୍ତ ଉତ୍ତର ଦେବେ।

Bjp Congress AAP Chandigarh Mayoral Election