Advertisment

ଏକଜିଟ ପୋଲ: ଜଗନଙ୍କ ଠାରୁ ଆନ୍ଧ୍ର ପ୍ରଦେଶ ଛଡ଼ାଇ ଆଣିବ ଏନଡିଏ

ସଂସ୍ଥା କହିଛି ଯେ ଆନ୍ଧ୍ରର ୧୭୫ଟି ବିଧାନସଭା ଆସନରୁ ବିଜେପି-ଟିଡିପି-ଜନସେନା ମିଳିତ ଭାବେ ୯୮ରୁ ୧୨୦ଟି ସିଟ୍ ପାଇବେ।

author-image
Hemant Lenka
NDA

NDA

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିବ ବିପୁଳ ଜନମତ। ଗାଦିଚ୍ୟୁତ ହେବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଜଗନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସକୁ ଲାଗିବ ଜୋରଦାର ଝଟକା। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ସର୍ଭେରେ ଏପରି କିଛି ଦାବି କରାଯାଇଛି।

Advertisment

ସଂସ୍ଥା କହିଛି ଯେ ଆନ୍ଧ୍ରର ୧୭୫ଟି ବିଧାନସଭା ଆସନରୁ ବିଜେପି-ଟିଡିପି-ଜନସେନା ମିଳିତ ଭାବେ ୯୮ରୁ ୧୨୦ଟି ସିଟ୍ ପାଇବେ। ଜଗନଙ୍କ ୱାଇଏସ୍ଆର କଂଗ୍ରେସ ୫୫ରୁ ୭୭ଟି ଆସନ ଜିତିବ। ଦୟନୀୟ ପ୍ରଦର୍ଶନ ସହ ଇଣ୍ଡିଆ ମେଣ୍ଟ ଅତି ବେଶୀରେ ୨ଟି ଆସନ ଜିତିପାରେ।

ଏନଡିଏ ମେଣ୍ଟରେ ଥିବା ଦଳ ମାନଙ୍କ ପ୍ରଦର୍ଶନକୁ ଦେଖିଲେ ବିଜେପି ସପକ୍ଷରେ ୪ରୁ ୬ ସିଟ୍ ଯାଉଥିଲା ବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ୭୮ରୁ ୯୬ ଓ ପବନ କଲ୍ୟାଣଙ୍କ ଜନସେନା ପାର୍ଟି ୧୬ରୁ ୧୮ ସିଟ୍ ପାଇବାର ସମ୍ଭାବନା ରହିଛି।

Advertisment

୨୦୧୯ରେ ୱାଇଏସ୍‌ଆର କଂଗ୍ରେସ ଏକାକୀ ୧୫୧ଟି ଆସନ ଜିତି ସରକାର ଗଢ଼ିଥିଲା। ଟିଡିପି ମଧ୍ୟ ଏକାକୀ ଲଢ଼ିଥିଲା। ହେଲେ ଏଥିର ଆସନ ଅଙ୍କନ ବଦଳିବାର ସମ୍ଭାବନା ଥିବା କୁହାଯାଛି। ସର୍ଭେ ସଂସ୍ଥା କହିଛି ଏନଡିଏ ୨୦୧୯ ଅପେକ୍ଷା ଏଥର ଅଧିକ ୮୫ଟି ଆସନ ଜିତିବ। ୱାଇଏସ୍‌ଆର କଂଗ୍ରେସର ଆସନ ହ୍ରାସ ପାଇବ।

ଏନଡିଏର ଭୋଟ ଶେୟାର ୫% ବଢ଼ିବାକୁ ଥିବା ବେଳେ ଇଣ୍ଡିଆ ମେଣ୍ଟ ମଧ୍ୟ ଅଧିକ ୧% ଭୋଟ ପାଇବ। କିନ୍ତୁ ଜଗନଙ୍କ ଭୋଟ ଶେୟାର ୬% ହ୍ରାସ ପାଇବ।

Andhra Pradesh PM Modi Exit Poll Jagan Mohan Reddy