/odisha-reporter/media/post_attachments/uploadimage/library/16_9/16_9_0/Pm_Modi_1714228911.jpg)
Pm Modi
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଠିକ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଫେରିଛନ୍ତି। ଆଜି ଶ୍ରୀ ନାଇଡୁ ଏହା ପଛର କାରଣ ସମସ୍ତଙ୍କୁ ଜଣାଇଛନ୍ତି। ରାଜ୍ୟ ଓ ଲୋକଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ସେ ଏନଡିଏ ସହ ହାତ ମିଳାଇଥିବା କହିଛନ୍ତି।
ତାଙ୍କ କହିବା କଥା ଯେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ନେଇ ବିଜେପି ସହ ତାଙ୍କର ମତାନ୍ତର ହୋଇଥିଲା। କିନ୍ତୁ ବିକାଶ ଓ ଆର୍ଥିକ ସଂସ୍କାର ପ୍ରସଙ୍ଗରେ ସେ ଓ ମୋଦି ଗୋଟିଏ ପୃଷ୍ଠାରେ ଥିବା ନାଇଡୁ ଦାବି କରିଛନ୍ତି।
ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବିକାଶ ଓ ଆନ୍ଧ୍ର ପ୍ରଦେଶର ଭବିଷ୍ୟତକୁ ଧ୍ୱଂସ କରି ଦେଇଛନ୍ତି। ଏହାକୁ ସୁରକ୍ଷା କରିବା ମୋର ଦାୟିତ୍ୱ। ରାଜ୍ୟ ଗୋଟିଏ ଗଭୀର ଟ୍ରାପରେ ଫସି ଯାଇଛି। ଏମିତି କାମ ପୂର୍ବରୁ କୌଣସି ସରକାର କରି ନଥିଲେ।
ସେ(ଜଗନ ମୋହନ) ସମସ୍ତ ସରକାରୀ ସମ୍ପତ୍ତିକୁ ବିକ୍ରି କରି ଦେଇଛନ୍ତି। ଏବେ ମୋତେ ଲୋକଙ୍କର ଓ ରାଜ୍ୟର ଭବିଷ୍ୟତକୁ ସୁରକ୍ଷା ଦେବାକୁ ପଡ଼ିବ। ଆନ୍ଧ୍ର ପ୍ରଦେଶକୁ ରକ୍ଷା କରିବା ପାଇଁ ମୁଁ ବିଜେପି ଓ ପବନ କଲ୍ୟାଣଙ୍କ ଜନ ସେନା ସହ ହାତ ମିଳାଇଛି।”
ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନ ମିଳିବାରୁ ନାଇଡୁ ୨୦୧୮ ମାର୍ଚ୍ଚ ମାସରେ ଏନଡିଏରୁ ଓହରି ଯାଇଥିଲେ। ସେ ରାଜ୍ୟ ବିଧାନସଭାକୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆନ୍ଧ୍ର ସହ ହୋଇଥିବା ଅନ୍ୟାୟ ପାଇଁ ଦାୟୀ। ହେଲେ ଏବେ ସେ ୨୦୨୪ ମାର୍ଚ୍ଚରେ ଏନଡିଏକୁ ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
