Advertisment

୫୩ ଦିନ ପରେ ଜେଲରୁ ବାହାରିଲେ ଚନ୍ଦ୍ରବାବୁ ନାଇଡୁ, ଦେଲେ ଏମିତି ବୟାନ

ଆଜି ହାଇକୋର୍ଟ ୭୩ ବର୍ଷୀୟ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହର ଜାମିନ ଦେଇଛନ୍ତି। ତାଙ୍କ ଡାହାଣ ଆଖିର ମୋତିଆ ବିନ୍ଦୁ ଅପରେସନ ହେବ। ଏଥିପାଇଁ କୋର୍ଟରୁ ତାଙ୍କୁ ଜାମିନ ମିଳିଛି।

author-image
Hemant Lenka
TDP

TDP

ତେଲୁଗୁ ଦେଶମ ପାର୍ଟି(ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁ ଆଜି ସନ୍ଧ୍ୟାରେ ରାଜାମହେନ୍ଦ୍ରବରମ କେନ୍ଦ୍ରୀୟ ଜେଲରୁ ମୁକୁଳିଛନ୍ତି। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ କର୍ପୋରେସନ ସ୍କାମ ଘଟଣାରେ ଚନ୍ଦ୍ରବାବୁ ନାଇଡୁ ଗିରଫ ହୋଇଥିଲେ। ୫୩ ଦିନ ପରେ ସେ ଜେଲରୁ ମୁକୁଳିଛନ୍ତି।

Advertisment

ଆଜି ହାଇକୋର୍ଟ ୭୩ ବର୍ଷୀୟ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହର ଜାମିନ ଦେଇଛନ୍ତି। ତାଙ୍କ ଡାହାଣ ଆଖିର ମୋତିଆ ବିନ୍ଦୁ ଅପରେସନ ହେବ। ଏଥିପାଇଁ କୋର୍ଟରୁ ତାଙ୍କୁ ଜାମିନ ମିଳିଛି।

କୋର୍ଟ ଚନ୍ଦ୍ରବାବୁଙ୍କୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ବଳରେ ଜେଲରୁ ମୁକୁଳିବାକୁ ଅନୁମତି ଦେଇଛନ୍ତି। ତେବେ ତାଙ୍କୁ ନଭେମ୍ବର ୨୮ ସନ୍ଧ୍ୟା ୫ଟା ପୂର୍ବରୁ ଜେଲ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି। ସେ ନିଜ ପସନ୍ଦର ହସ୍ପିଟାଲରେ ଚିକିତ୍ସା କରାଇ ପାରିବେ। କିନ୍ତୁ କୋର୍ଟରେ ଯେମିତି ହେଲେ ମେଡିକାଲ ରିପୋର୍ଟ ଦାଖଲ କରିବେ।

Advertisment

ଆଜି ସନ୍ଧ୍ୟାରେ ଚନ୍ଦ୍ରବାବୁ ନାଇଡୁ ଜେଲରୁ ମୁକୁଳିବା ପରେ ତାଙ୍କ ଦଳର ନେତା ଓ କର୍ମୀ ରାଜାମୁନ୍ଦ୍ରୀ ଠାରୁ ଆରମ୍ଭ କରି ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଖୁସି ମନାଇଛନ୍ତି। ସେହିପରି ତାଙ୍କ ପୁଅ ନାରା ଲୋକେଶ ବାପାଙ୍କ ମୁକ୍ତିକୁ ଗୋଟିଏ ବଡ଼ ବିଜୟ ବୋଲି ଅବିହିତ କରିଛନ୍ତି।

ଜେଲରୁ ବାହାରିବା ପରେ ଚନ୍ଦ୍ରବାବୁ ନାଇଡୁ ଗୋଟିଏ ଶୋଭାଯାତ୍ରାରେ ରାଜାମୁନ୍ଦ୍ରୀ ଠାରୁ ଗୁଣ୍ଟୁରର ତାଡେପାଲ୍ଲି ଯାଏ ଯାଇଥିଲେ। ଏହି ସମୟରେ ସେ ନିଜ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଯେତେବେଳେ ମୁଁ ସମସ୍ୟାରେ ପଡ଼ିଥିଲି, ଆପଣମାନେ ରାସ୍ତାକୁ ଓହ୍ଲାଇଥିଲେ ଓ ମୋ ପାଇଁ ପ୍ରାର୍ଥନା କରିଥିଲେ। ଆପଣମାନେ ମୋ ପ୍ରତି ଦେଖାଇଥିବା ଦରଦ ମୁଁ କେବେ ହେଲେ ଭୁଲିବି ନାହିଁ। କେବଳ ଆନ୍ଧ୍ର ପ୍ରଦେଶ ନୁହେଁ, ତେଲେଙ୍ଗାନା ଓ ବିଶ୍ୱର ସବୁ ସ୍ଥାନରୁ ମୋ ପାଖକୁ ଆସିଥିବା ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ”

ବୁଧବାର ଚନ୍ଦ୍ରବାବୁ ନାଡୁ ତିରୁପତି ଯିବେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ଚିକିତ୍ସା ପାଇଁ ହାଇଦ୍ରାବାଦ ଗସ୍ତ କରିବେ ବୋଲି ଜଣାପଡ଼ିଛି।

Andhra Pradesh Jail TDP Chandrababu Naidu