Advertisment

‘ଓଡ଼ିଶାରୁ ଯେଉଁ ପରିବର୍ତ୍ତନ ହେବାକୁ ଅଛି, ତାହା କେନ୍ଦ୍ରାପଡ଼ାରୁ ହିଁ ଆରମ୍ଭ ହେବ’

ଗତକାଲି ଦିଲ୍ଲୀ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ବୈଜୟନ୍ତ।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

‘ଓଡ଼ିଶାରୁ ଯେଉଁ ପରିବର୍ତ୍ତନ ହେବାକୁ ଅଛି, ତାହା କେନ୍ଦ୍ରାପଡ଼ାରୁ ହିଁ ଆରମ୍ଭ ହେବ। ଏଥର ଆମେ ଅଧିକାଂଶ ଲୋକସଭା ଓ ବିଧାନସଭା ସିଟ୍ ଜିତିବୁ। ଏଥିରେ ସନ୍ଦେହ ନାହିଁ।’ କେନ୍ଦ୍ରାପଡ଼ାରୁ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଥମ ପ୍ରତିକ୍ରିୟାରେ ଏପରି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ଗତକାଲି ଦିଲ୍ଲୀ ସ୍ଥିତ ହଜଖାସ୍ ଜଗନ୍ନାଥ ମନ୍ଦିରରେ ୧୭ଟି ଓଡ଼ିଆ ସଂଗଠନ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବୈଜୟନ୍ତ ଆହୁରି କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଯେଉଁ ପରିବର୍ତ୍ତନ ହୋଇଛି ଆମେ ଅନୁଭବ କରିଛୁ। ସମସ୍ୟା ହେଲେ ଆମେ ଅନ୍ୟ ଦେଶକୁ ସାହାଯ୍ୟ ମାଗୁଥିଲୁ। ଏବେ ଅନ୍ୟ ଦେଶ ଆମର ସାହାଯ୍ୟ ନେଉଛନ୍ତି।

୮୦ କୋଟି ଲୋକଙ୍କୁ ମାଗଣା ରାସନ ଏବଂ ଆବାସ ଯୋଜନାରେ ଲକ୍ଷ ଲକ୍ଷ ପକ୍କା ଘର ମିଳୁଛି। କିଏ ପୋଷ୍ଟର ମାରି ବାହାବା ନେଲେ କ’ଣ ହେବ, ଲୋକେ କ’ଣ ଜାଣିନାହାନ୍ତି କି ବୋଲି ବୈଜୟନ୍ତ କହିଛନ୍ତି।

Advertisment

ଗତକାଲି ଦିଲ୍ଲୀ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ବୈଜୟନ୍ତ। ଏହାପରେ ମନ୍ଦିର ପରିସରରେ ୧୭ଟି ଓଡ଼ିଆ ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜେପି ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। 

ସୂଚନାଯୋଗ୍ୟ, ଗତକାଲି ବିଜେଡି ମଧ୍ୟ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ଅଶୁଂମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ। 

Bjp Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe