Advertisment

ୱାକଫ ପ୍ୟାନେଲ ମିଟିଂରେ ପୁଣି ହଙ୍ଗାମା

ଦିଲ୍ଲୀ ୱାକଫ ବୋର୍ଡ ଆଡମିନଷ୍ଟ୍ରେଟର ଆଇଏଏସ ଅଶ୍ୱିନୀ କୁମାର ବିଲକୁ ସମର୍ଥନ କରୁଥିବା ବେଳେ ଏହାକୁ ବିରୋଧୀ ଦଳର ସାଂସଦମାନେ ବେଆଇନ କହି ବିରୋଧ କରିଛନ୍ତି।

aap

aap

Advertisment

ୱାକଫ(ସଂଶୋଧନ) ବିଲ୍‌ ଉପରେ ଯୁଗ୍ମ ସଂସଦୀୟ କମିଟି(ଜେପିସି) କରୁଥିବା ବୈଠକରେ ପୁଣିଥରେ ହଙ୍ଗାମା ଦେଖିବାକୁ ମିଳିଛି। ବିଧେୟକରେ ଦିଲ୍ଲୀ ୱାକଫ ବୋର୍ଡ ପରିବର୍ତ୍ତନକୁ ସମର୍ଥନ କରିବାରୁ ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Advertisment

ଦିଲ୍ଲୀ ୱାକଫ ବୋର୍ଡ ଆଡମିନଷ୍ଟ୍ରେଟର ଆଇଏଏସ ଅଶ୍ୱିନୀ କୁମାର ବିଲକୁ ସମର୍ଥନ କରୁଥିବା ବେଳେ ଏହାକୁ ବିରୋଧୀ ଦଳର ସାଂସଦମାନେ ବେଆଇନ କହି ବିରୋଧ କରିଛନ୍ତି।

ବିରୋଧୀ ସାଂସଦମାନଙ୍କ କହିବା କଥା ଯେ ଦିଲ୍ଲୀ ୱାକଫ ବୋର୍ଡ ଆଡମିନଷ୍ଟ୍ରେଟର ମୁସଲିମ ନୁହନ୍ତି ଓ ପ୍ରଦତ୍ତ ଆଇନରେ କୁହାଯାଇଛି ଯେ ଅଣ ମୁସଲିମ ୱାକଫ ବୋର୍ଡର ସଦସ୍ୟ ହୋଇପାରିବେ ନାହିଁ। ଏହି ସମୟରେ ବିଜେପିର ଜଣେ ସାଂସଦ କହିଥିଲେ ଯେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଜଣେ ହିନ୍ଦୁଙ୍କୁ ୱାକଫ ବୋର୍ଡର ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ।

Advertisment

ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପୁଣିଥରେ କଥା କଟାକଟି ହୋଇଥିଲା। ପ୍ରବଳ ହଙ୍ଗାମା ଯୋଗୁ ବିରୋଧୀ ଦଳର ସାଂସଦମାନେ ବୈଠକରୁ ଉଠି ଚାଲି ଆସିଥିଲେ ବୋଲି ଜଣାପଡ଼ିଛି।

ସୋମବାର ମଧ୍ୟ ବିରୋଧୀ ସମାନ ପଦକ୍ଷେପ ଗ୍ରହଣ କରିଥିଲେ। ଦିଲ୍ଲୀ ୱାକଫ ବୋର୍ଡ ପକ୍ଷରୁ ରଖାଯାଇଥିବା ତଥ୍ୟକୁ ସେମାନେ ବିରୋଧ କରି ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ଦିଲ୍ଲୀ ୱାକଫ ବୋର୍ଡ ଉପସ୍ଥାପନ କରିଥିବା ଦସ୍ତାବିଜକୁ ଦିଲ୍ଲୀର ନିର୍ବାଚିତ ସରକାର ଅନୁମୋଦନ ଦେଇ ନାହାନ୍ତି।

ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିନା ଅନୁମୋଦନରେ ୱାକଫ ବୋର୍ଡ ଏକତରଫା ଭାବେ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଥିବା ବୈଠକରେ ଉପସ୍ଥିତ ଥିବା ଆପ୍‌ ସାଂସଦ ସଞ୍ଜୟ ସିଂହ କହିଥିଲେ।

ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ କମିଟିକୁ ଗୋଟିଏ ଚିଠି ଲେଖି ବୋର୍ଡ ଦେଇଥିବା ରିପୋର୍ଟକୁ ଅବୈଧ ଭାବେ ବିବେଚନା କରିବାକୁ କହିଥିଲେ। ଏହି ସବୁ ବିବାଦ କାରଣରୁ ସୋମବର ମଧ୍ୟ ଜେପିସି ବୈଠକ ହୋଇପାରି ନଥିଲା।

Waqf Act Waqf Board Waqf Board Amendment Bill Chaos At Waqf Panel Meet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe