Advertisment

ମଣିପୁର ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କହିଲେ ବିଜେପି ବିଧାୟକ

ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଧାୟକ ଦୁର୍ଗେଶ ପାଠକ ମଣିପୁର ପ୍ରସଙ୍ଗରେ ସମକ୍ୟ ଆଲୋଚନା କରିଥିଲେ। ତେବେ ଏହାକୁ ବିଜେପି ବିଧାୟକମାନେ ବିରୋଧ କରିଥିଲେ। ଏଥିସହ ଦିଲ୍ଲୀ ସହ ଜଡ଼ିତ ପ୍ରସଙ୍ଗରେ କେବଳ ଗୃହରେ ଆଲୋଚନା ହେବା ଦରକାର ବୋଲି କହିଥିଲେ।

author-image
Hemant Lenka
Delhi

Delhi

ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଜଳୁଥିବା ମଣିପୁର ପ୍ରସଙ୍ଗରେ ଅତ୍ୟନ୍ତ ଲଜ୍ଜାଜନକ ବୟାନ ଦେଇଛନ୍ତି ଜଣେ ବିଧାୟକ। ମଣିପୁର କାହା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ବିଜେପି ବିଧାୟକ ଜଣଙ୍କ ଦିଲ୍ଲୀ ବିଧାନସଭାରେ କହିବା ପରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରବଳ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ ବିଜେପି ୪ ବିଧାୟକଙ୍କୁ ମାର୍ଶଲ ଲଗାଇ ଗୃହରୁ ବାହାର ମଧ୍ୟ କରି ଦିଆଯାଇଛି।

Advertisment

ଆଜି ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଧାୟକ ଦୁର୍ଗେଶ ପାଠକ ମଣିପୁର ପ୍ରସଙ୍ଗରେ ସମକ୍ୟ ଆଲୋଚନା କରିଥିଲେ। ତେବେ ଏହାକୁ ବିଜେପି ବିଧାୟକମାନେ ବିରୋଧ କରିଥିଲେ। ଏଥିସହ ଦିଲ୍ଲୀ ସହ ଜଡ଼ିତ ପ୍ରସଙ୍ଗରେ କେବଳ ଗୃହରେ ଆଲୋଚନା ହେବା ଦରକାର ବୋଲି କହିଥିଲେ।

ବିଜେପି ବିଧାୟକମାନେ ନାରାବାଜୀ କରୁଥିବାରୁ ଉପ ବାଚସ୍ପତି ରାକ୍ଷୀ ବିର୍ଲା କାରଣ ପଚାରିଥିଲେ। ସେ କହିଥିଲେ, “ବିଧାନସଭାରେ ଆଲୋଚନା କରିବା ପାଇଁ ମଣିପୁର କ’ଣ ଗୋଟିଏ ପ୍ରସଙ୍ଗ ବୋଲି ଆପଣମାନେ ଭାବୁ ନାହାନ୍ତି? ମଣିପୁର ପ୍ରସଙ୍ଗ ଉତ୍ତର ପ୍ରଦେଶ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି।”

Advertisment

ଏହାଶୁଣି ବିଜେପି ବିଧାୟକ ମୋହନ ସିଂହ ବିଷ୍ଟ ଉତ୍ତ୍ୟକ୍ତ ହୋଇଯାଇଥିଲେ। ସେ କହିଥିଲେ, ମଣିପୁରରେ ଘଟୁଥିବା ଘଟଣା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହାର ଜବାବରେ ଉପ ବାଚସ୍ପତି କହିଥିଲେ “ସକାଳୁ ଦିଲ୍ଲୀ ସହ ଜଡ଼ିତ ପ୍ରସଙ୍ଗ ଆଲୋଚନା ହେଉଛି। କିନ୍ତୁ ବିରୋଧୀ ଏହାକୁ ଗୁରୁତ୍ୱର ସହ ନେଇ ଆଲୋଚନାରେ ସାମିଲ ହେଉଛନ୍ତି?”

ତଥାପି ବିଧାୟକମାନେ କିଛି ବୁଝି ନଥିଲେ। ସେମାନେ ନାରାବାଜୀ କରିଥିଲେ। ଆପ ବିଧାୟକ ପାଠକ କହିଥିଲେ, “ମଣିପୁର ପ୍ରସଙ୍ଗରେ ବିଜେପି ଆଲୋଚନା କରିବାକୁ ନ ଚାହିଁବା ଅତ୍ୟନ୍ତ ଦୁର୍ଭ୍ୟଗଜନକ।”

ଏହାପରେ ପାଠକଙ୍କ ସହ ଅନ୍ୟ ଆପ୍‌ ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିଜେପି ଏହାକୁ ବେଶ ଆକ୍ରମଣାତ୍ମକ ଢଙ୍ଗରେ ବିରୋଧ କରିଥିଲା। ଶେଷରେ ବିଜେପିର ଅଭୟ ବର୍ମା, ଜିତେନ୍ଦ୍ର ମହାଜନ, ଅଜୟ ମାହାୱାର ଓ ଓପି ଶର୍ମାଙ୍କୁ ଗୃହରୁ ମାର୍ଶଲ ଲଗାଇ କାଢ଼ି ଦିଆଯାଇଥିଲା।

Bjp Delhi Manipur Violence Manipur Incident