Advertisment

୬ ବର୍ଷ ପରେ ବସିଲା ବିଧାନସଭା, କିନ୍ତୁ ଧାରା ୩୭୦ ପାଇଁ ହେଲା ହଙ୍ଗାମା

ଏନସିର ବରିଷ୍ଠ ନେତା ତଥା ୭ଥରର ବିଧାୟକ ରହିମ ରାଥେର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।

Jammu

Jammu

Advertisment

ଦୀର୍ଘ ୬ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ନିକଟରେ ନିର୍ବାଚନ ଓ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ପରେ ଆଜି ବିଧାନସଭା ଅଧିବେଶନ ବସିଛି। ହେଲେ ୬ ବର୍ଷ ପରେ ବସିଥିବା ବିଧାନସଭାର ପ୍ରଥମ ଦିନରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ନିୟମ ଅନୁସାରେ, ପ୍ରଥମ ଦିନ ଗୃହରେ ବାଚସ୍ପତି ନିର୍ବାଚନ ହୋଇଥିଲା।

Advertisment

ଏନସିର ବରିଷ୍ଠ ନେତା ତଥା ୭ଥରର ବିଧାୟକ ରହିମ ରାଥେର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପ୍ରୋ ଟମ ବାଚସ୍ପତି ମୁବାରକ ଗୁଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କିନ୍ତୁ ଏହାପରେ ଗୃହରେ ପ୍ରବଳ ହଙ୍ଗାମା ହୋଇଛି। ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ ହୋଇଥିବା ଧାରା ୩୭୦କୁ ନେଇ ଗୃହରେ ପିଡିପି ଓ ବିଜେପି ବିଧାୟକ ମୁହାଁମୁହିଁ ହୋଇଛନ୍ତି।

Advertisment

ପ୍ରଥମ ଦିନରେ ସମସ୍ତଙ୍କୁ ଚକିତ କରି ପିଡିପି ବିଧାୟକ ୱାହିଦ ପାରା ଗୃହରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ପୁଣି ଏହାକୁ ଲାଗୁ କରିବାକୁ ସେ ଦାବି କରିଥିଲେ।

ତେବେ ବିଜେପିର ବିଧାୟକମାନେ ଏପରି ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ। ତାଙ୍କୁ ନିଲମ୍ବିତ କରିବାକୁ ବାଚସ୍ପତିଙ୍କୁ କହିଥିଲେ। ବାଚସ୍ପତି ରହିମ ରାଥେର ପ୍ରସ୍ତାବ ଗ୍ରହଣ ହୋଇ ନଥିବା କହିଥିଲେ ମଧ୍ୟ ବିଜେପି ବିଧାୟକମାନେ ହଙ୍ଗାମା ବନ୍ଦ କରି ନଥିଲେ। ପିଡିପି ବିଧାୟକମାନେ ମଧ୍ୟ ସେମାନଙ୍କୁ ବିରୋଧ କରିବାରୁ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ଶେଷରେ ମାର୍ଶଲ ଆସି ଉଭୟ ପକ୍ଷଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ। 

ଧାରା ୩୭୦କୁ ବିଜେପି ପୁଣି ଲାଗୁ କରିବ ବୋଲି ଭାବିବା ନିର୍ବୋଧତାର ପରିଚୟ କହି ସାରିଥିବା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରସ୍ତାବ ଆଗତ ସମ୍ପର୍କରେ ଜାଣିଥିବା କହିଛନ୍ତି। ସେ କହିଛନ୍ତି, “ବାସ୍ତବ କଥା ହେଲା ଜମ୍ମୁ-କଶ୍ମୀରର ଲୋକମାନେ ଧାରା ୩୭୦ ଉପରେ ହୋଇଥିବା ନିଷ୍ପତ୍ତିକୁ ଗ୍ରହଣ କରିପାରୁ ନାହାନ୍ତି। ଯଦି ସେମାନେ ଏହାକୁ ଗ୍ରହଣ କରିଥାଆନ୍ତେ, ତା’ହେଲେ ଫଳାଫଳ ଆଜି ଏମିତି ହୋଇ ନଥାଆନ୍ତା।”

ଅବଦୁଲ୍ଲାଙ୍କ କହିବା କଥା ଯେ ବିଧାନସଭାରେ ଆସିଥିବା ପ୍ରସ୍ତାବର କୌଣସି ଗୁରୁତ୍ୱ ନାହିଁ। ଏହା କେବଳ କ୍ୟାମେରାରେ ରହିବା ପାଇଁ ଉଦ୍ୟମ। ଯଦି ଏହା ପଛରେ କିଛି ଉଦ୍ଦେଶ୍ୟ ରହିଥାଆନ୍ତା, ତା’ହେଲେ ପିଡିପି ନିଶ୍ଚିତ ଭାବେ ଆମ ସହ ଆଲୋଚନା କରିଥାଆନ୍ତା। ଜଣେ ବିଧାୟକ ଏପରି ପ୍ରସ୍ତାବ ଆଣିବାର କିଛି ମୂଲ୍ୟ ନାହିଁ ବୋଲି ସେ କହିଛନ୍ତି। 

ତେବେ ପିଡିପି ମୁଖ୍ୟ ମେହବୁବା ମୁଫତି ଏପରି ଏକ ପ୍ରସ୍ତାବ ବିଧାନସଭାର ପ୍ରଥମ ଦିନରେ ଆଗତ କରିଥିବା ବିଧାୟକ ୱାହିଦଙ୍କୁ ପ୍ରଶଂସା କରିଛନ୍ତି।

Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe