Advertisment

ବିଜେଡି ବିଧାୟକ ଓ ସାଂସଦଙ୍କ ନିକଟକୁ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ଫଟୋ ପଠାଇଲେ କଂଗ୍ରେସ ପ୍ରଭାରୀ

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବେ ଗୃହବନ୍ଦୀ। ତେଣୁ ଦିନ ଆସିବ ସୁପର ସିଏମ୍ ଭାବେ ସଂପୃକ୍ତ ଜୁନିଅର ଆଏଏସ ‘ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ବିଧାନସଭାରେ ଭାଷଣ ଦେବା ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ହେବନାହିଁ ବୋଲି କହିବା ମୁସକିଲ।

author-image
Niranjan Mishra
ଅଦ୍ୟତନ ହୋଇଛି
Chella Kumar

Chella Kumar

ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ କଡ଼ା ମନ୍ତବ୍ୟ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେଲ୍ଲା କୁମାର ବିଜେଡି ସରକାର ଉପରେ ଖୁବ ବର୍ଷିବା ସହ ଗଣତନ୍ତ୍ରକୁ ଜଣେ ପ୍ରଶାସକ ଉପହାସ କରୁଥିବା କହିଛନ୍ତି। ଏଭଳି ଜଣେ ଜୁନିଅର ଆଇଏଏସ୍‌ କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରୁଥିବା କହିଛନ୍ତି ଚେଲ୍ଲା କୁମାର।

Advertisment

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବେ ଗୃହବନ୍ଦୀ। ତେଣୁ ଦିନ ଆସିବ ସୁପର ସିଏମ୍ ଭାବେ ସଂପୃକ୍ତ ଜୁନିଅର ଆଏଏସ ‘ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ବିଧାନସଭାରେ ଭାଷଣ ଦେବା ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ହେବନାହିଁ ବୋଲି କହିବା ମୁସକିଲ। ତେଣୁ ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ଏବେ ବିଜେଡିର ସବୁ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନିକଟକୁ ଗାନ୍ଧିଙ୍କ ତିନି ମାଙ୍କଡ଼ ଫଟୋ ଓ ରାଜ୍ୟରେ ଚାଲିଥିବା ଏ ଶାସନ ବ୍ୟବସ୍ଥାରେ ସମ୍ପର୍କରେ ମୁହଁ ଖୋଲିବାକୁ ଏକ ଚିଠି ମଧ୍ୟ ପଠାଇଛି। ରାଜ୍ୟରେ ଅଗତାନ୍ତ୍ରିକ ଶାସନ ବ୍ୟବସ୍ଥା ଚାଲିଥିବା ସମ୍ପର୍କରେ ଚିଠି ଓ ଫଟୋ ମାଧ୍ୟମରେ ଚେତାଇ ଦିଆଯାଇଛି ବୋଲି ଚେଲ୍ଲା କୁମାର ସୂଚନା ଦେଇଛନ୍ତି।

ସେହିପରି କେନ୍ଦ୍ର ସରକାରଙ୍କ ଅଧୀନରେ ଆଇଏଏସ୍‌ମାନେ କାମ କରୁଥିବା ବେଳେ ବିଜେପି କାହିଁକି ହାତବାନ୍ଧି ଚୁପ୍‌ ବସିଛି ଓ ବେଆଇନ କାର୍ଯ୍ୟକୁ ପ୍ରସୟ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ସରକାରଙ୍କ ପ୍ରଶାସନିକ କ୍ଷମତାକୁ ନିଜ ହାତକୁ ନେବା ନିମନ୍ତେ କେନ୍ଦ୍ର ଚେଷ୍ଟା କରୁଥିବା ବେଳେ ଓଡ଼ିଶା କ୍ଷେତ୍ରରେ କହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଠାରେ ମୁଖ୍ୟମନ୍ତ୍ରୀ କାମ କରିବା ଭଳି ଲାଗୁନି। ତାଙ୍କ ସ୍ଥାନରେ ଜଣେ ପ୍ରଶାସକ କାମ କରୁଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ମଧ୍ୟ ଏହି ପ୍ରଶାସକ କିଛି କାମ କରାଇ ଦେଉନଥିବା ନଜର ଆସୁଛି। ଏହି ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ କଂଗ୍ରେସ ନିନ୍ଦା କରୁଛି। ଶକ୍ତି ବିଭାଗ ଦୁର୍ବଳ ଯୋଗୁଁ ଲୋକେ ଲୋଭୋଲଟେଜ୍‌ ସମସ୍ୟା ଭୋଗୁଛନ୍ତି, ପ୍ରାଥମିକ ଶିକ୍ଷା ପିଲାମାନଙ୍କୁ ଠିକ୍‌ ଭାବେ ମିଳିପାରୁନି, ୨ ଲକ୍ଷ ୨୬ ହଜାର ପଦବୀ ଫାଙ୍କା ପଡ଼ିଥିବା ବେଳେ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ମିଳୁନି, ଦାଦନ ସମସ୍ୟା ବଢ଼ି ଚାଲିଛି, ଆବାସ ଦୁର୍ନୀତି ଚରମ ସୀମା ଟପିଛି, ଶ୍ରୀଜଗନ୍ନାଥ ୬ ହଜାର ଏକର ଜମି ଫେରିପାରୁନି, ରତ୍ନଭଣ୍ଡାର ଖୋଲା ଯାଉନି, ମଣିପୁର ଘଟଣାକୁ ସମସ୍ତେ ନିନ୍ଦା କରୁଥିବା ବେଳେ ବିଜେପି-ବିଜେଡି ଚୁପ୍‌ ରହିଛନ୍ତି। ସବୁକ୍ଷେତ୍ରରେ ବିଫଳ ବିଜେଡି ସରକାରକୁ ଓଡ଼ିଶାବାସୀ ବରଖାସ୍ତ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି। ବିଜେଡି ଓଡ଼ିଶାକୁ ଏକ ଗରିବ ରାଜ୍ୟ ଭାବେ ପରିଣତ କରିଛି। କଂଗ୍ରେସ ଆସିଲେ ଓଡ଼ିଶାକୁ ସର୍ବଶ୍ରେଷ୍ଠା ରାଜ୍ୟ ଭାବେ ପରିଣତ କରିବାକୁ ଚେଷ୍ଟା କରିବ।

ଓଡ଼ିଶାର ପ୍ରତିଘରେ କଂଗ୍ରେସ କର୍ମୀ ଅଛନ୍ତି। ଆମେ କିପରି ସେମାନଙ୍କୁ ଦଳକୁ ଆଣିପାରିବୁ ସେଥିନିମନ୍ତେ ରୂପରେଖ ପ୍ରସ୍ତୁତ କରିଛୁ। କଂଗ୍ରେସକୁ ବୁଥ୍‌ସ୍ତରରୁ ମଜଭୁତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଶରତ ସୂଚନା ଦେଇଛନ୍ତି।

ସେପଟେ ଶାସକ ଦଳ ବିରୋଧରେ କଂଗ୍ରେସର ଏ କଡ଼ା ଷ୍ଟ୍ରାଟେଜି ନେଇ ତଥା ଚେଲ୍ଲାକୁମାରଙ୍କ ମନ୍ତବ୍ୟ ଉପରେ ଯବାବ ରଖିଛି ବିଜେଡି ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଯେଉଁ ପ୍ରଶାସକଙ୍କ କଥା କୁହାଯାଉଛି ସେ ଯଦି ଦଳୀୟ ପତାକା ତଳେ ବସନ୍ତେ କିମ୍ବା ଦଳୀୟ ସଭାରେ ଯୋଗ ଦିଅନ୍ତେ ତେବେ ସମ୍ୱିଧାନ ଭାଙ୍ଗିଲେ ବୋଲି କୁହାଯାଆନ୍ତା। ସେ ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଇ କାମ ତଦାରଖ କରୁଛନ୍ତି ଓ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛନ୍ତି। ତେଣୁ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମିଳା କହିଛନ୍ତି।

Odisha Congress Politics Chellakumar