/odisha-reporter/media/post_attachments/uploadimage/library/16_9/16_9_0/NCP_1732363011.jpg)
NCP
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାଜି ମାରିଛନ୍ତି ଏନସିପି(ଅଜିତ ପାୱାର) ଗୋଷ୍ଠୀର ଛଗନ ଭୁଜବଳ। ସେ ୟେଭଲା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ୧୨ ହଜାର ୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ ଛଗନ ପଛରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ବାଜି ମାରି ନେଇଛନ୍ତି।
Advertisment
ଏଠାରେ ତାଙ୍କର ଲଢ଼େଇ ଶରଦ ପାୱାରଙ୍କ ଏନସିପିର ମାଣିକରାଓ ସିନ୍ଦେଙ୍କ ସହ ହେଉଥିଲା। ମାଣିକରାଓ ୫୮,୭୮୮ଖଣ୍ଡ ଭୋଟ ପାଇଥିବା ବେଳେ ଛଗନଙ୍କୁ ୭୦,୭୯୩ ଖଣ୍ଡ ଭୋଟ ମିଳିଛି।
୨୦୨୨ରେ ଅଜିତ ପାୱାରଙ୍କ ସହ ମିଶି ଛଗନ ବିଜେପି ନେତୃତ୍ୱାଧୀନ ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇଥିଲେ। ଏପରି କି ଛଗନ ମଧ୍ୟ ସିନ୍ଦେ ସରକାରରେ ମନ୍ତ୍ରୀ ହୋଇଥିଲେ। ଏବେ ସେ ପୁଣି ୟେଭଲା ଆସନରୁ ବିଜୟୀ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
