Advertisment

କାନ୍ଦି ପକାଇଲେ କଂଗ୍ରେସ ବିଧାୟକ, କହିଲେ- ବିଜେପି କରୁଛି ଫେକ୍‌ MMS

ନିର୍ବାଚନର ପ୍ରାୟ ୧୫ ଦିନ ପୂର୍ବରୁ ଦେବେନ୍ଦ୍ର ଯାଦବଙ୍କ ନାଁରେ ୫ ସେକେଣ୍ଡର ଏକ ଏମଏମଏସ ଭାଇରାଲ ହୋଇଥିଲା। ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତି ପ୍ରତି ଆଞ୍ଚ ଆସିଥିବା ସେ କହିଛନ୍ତି।

author-image
Niharika Rout
Congress MLA

Congress MLA

ଛତିଶଗଡ଼ରେ ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ପୂର୍ବରୁ ଭିଲାଇ ବିଧାନସଭା ଆସନ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଯାଦବଙ୍କ ନାଁରେ ଘୁରି ବୁଲୁଛି ଏମଏମଏସ୍‌। ନିଜ ନାଁରେ ଘୁରି ବୁଲୁଥିବା ଏମଏମଏସ୍‌କୁ ସମ୍ପୂର୍ଣ୍ଣ ଫେକ୍‌ ବୋଲି କହିବା ସହ ଏହା ବିଜେପିର ଚାଲ୍‌ ବୋଲି ଅଭିଯୋଗ କରିଛନ୍ତି ସେ। ଏଥିଯୋଗୁ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଭାବମୂର୍ତ୍ତିରେ ଆଞ୍ଚ ଆସିଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ଦେବେନ୍ଦ୍ର ଯାଦବ ।

Advertisment

ନିର୍ବାଚନର ପ୍ରାୟ ୧୫ ଦିନ ପୂର୍ବରୁ ଦେବେନ୍ଦ୍ର ଯାଦବଙ୍କ ନାଁରେ ୫ ସେକେଣ୍ଡର ଏକ ଏମଏମଏସ ଭାଇରାଲ ହୋଇଥିଲା। ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତି ପ୍ରତି ଆଞ୍ଚ ଆସିଥିବା ସେ କହିଛନ୍ତି।

ଏହାର ସଫେଇ ଦେଇ ଦେବେନ୍ଦ୍ର ଯାଦବ କହିଛନ୍ତି, ମୋ’ ନାଁରେ ଅପପ୍ରଚାର ସହ ମୋତେ ଅପମାନିତ କରିବା ନିମନ୍ତେ ନିର୍ବାଚନ ପୂର୍ବରୁ ଏପରି ଷଡଯନ୍ତ୍ର କରାଯାଇଛି। ଭିଡିଓରେ ଦେଖାଉଥିବା ଲୋକର ଚେହେରା ମୋ’ ସହ ମିଶୁଛି । ଏହା ମୋ’ ବ୍ୟକ୍ତିଗତ ଜୀବନ ଉପରେ ବି ଏହା ଖରାପ ପ୍ରଭାବ ପକାଉଛି। ଏପରି କହି ଦେବେନ୍ଦ୍ର ଯାଦବ କାନ୍ଦି ପକାଇଥିଲେ।

Advertisment

ଆଜିର AI ଯୁଗରେ ଏପରି ଭିଡିଓ କରି ଭାଇରାଲ କରିବା ଖୁବ୍‌ ସହଜ । କିନ୍ତୁ ସାର୍ବଜନିକ ଜୀବନ ପରେ ଏବେ ମୋ’ ବ୍ୟକ୍ତିଗତ ଜୀବନ ଉପରେ ବି ଲାଞ୍ଛନା ଲଗାଯାଉଛି। ଏପରି ଭିଡିଓ ଜାରି କରି ଭାଜପା ନିର୍ବାଚନ ଜିତିବାକୁ ଚେଷ୍ଟା ଚଳାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, ବିଜେପି ସବୁବେଳେ ଅପପ୍ରଚାର କରି ନିର୍ବାଚନ ଜିତିବାକୁ ରଣକୌଶଳ ପ୍ରୟୋଗ କରିଥାଏ। ମାତ୍ର ଏହାଦ୍ୱାରା ଖୋଦ ବିଜେପିର ଛବି ମଳିନ ପଡ଼ୁଛି। ଏହି ଘଟଣା ଯୋଗୁ ମୁଁ ମାନସିକ ଭାବେ ଖୁବ୍‌ ଆଘାତପ୍ରାପ୍ତ ହୋଇଛି। ୪ ମାସ ପୂର୍ବରୁ ଏପରି କରିବାକୁ ବିଜେପି ଯୋଜନା ଆରମ୍ଭ କରିଥିଲା। ତାହା ଏବେ ସଫଳ ହୋଇଛି।

ଏହି ଘଟଣା ନେଇ ବିଜେପିର ପ୍ରତିକ୍ରିୟା ମିଳି ପାରିନି।

Chhattisgarh Bjp Congress