/odisha-reporter/media/post_attachments/uploadimage/library/16_9/16_9_0/IMAGE_1701582046.jpg)
bhupesh-baghel-singh-deo
୪ଟି ବିଧାନସଭା ଆସନରେ ଆରମ୍ଭ ହୋଇଯାଇଛି ଗଣତି। କଡ଼ା ସୁରକ୍ଷା ଭିତରେ ଆରମ୍ଭ ଗଣତି ଚାଲିଛି। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିଜ ଆସନରେ ଆଗୁଆ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପାଟନ ଆସନରେ ଆଗୁଆ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଅମ୍ବିକାପୁରରେ ଆଗୁଆ ଅଛନ୍ତି।
ଛତିଶଗଡ଼ରେ ବର୍ତ୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି ଆଗୁଆ ରୁହଛି। ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ୪୮ ଓ କଂଗ୍ରେସ ୪୦ ସିଟ୍ରେ ଆଗୁଆ ଚାଲିଛି। ନିଜ ପୁତୁରାକୁ ମଧ୍ୟ କଡା ଟକ୍କର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ।
ଛତିଶଗଡ଼ର ସମସ୍ତ ୯୦ଟି ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୭ ତାରିଖରେ ୨୦ଟି ଆସନରେ ଭୋଟିଂ ହୋଇଥିବା ବେଳେ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହୋଇଥିଲା। ୭୦ଟି ଆସନରେ ମତଦାନ ଗ୍ରହଣ କରାଯାଇଥିଲା। ଏଠାରେ ୭୬.୩୧ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିଲା। ୨୦୧୮ ନିର୍ବାଚନରେ ୭୬.୮୮ ପ୍ରତିଶତ ଭେଟିଂ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
