Advertisment

ଛତିଶଗଡ଼ରେ କଡ଼ା ଟକ୍କର: ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିଜ ଆସନରେ ଆଗୁଆ

ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ୪୮ ଓ କଂଗ୍ରେସ ୪୦ ସିଟ୍‌ରେ ଆଗୁଆ ଚାଲିଛି।

bhupesh-baghel-singh-deo

bhupesh-baghel-singh-deo

Advertisment

୪ଟି ବିଧାନସଭା ଆସନରେ ଆରମ୍ଭ ହୋଇଯାଇଛି ଗଣତି। କଡ଼ା ସୁରକ୍ଷା ଭିତରେ ଆରମ୍ଭ ଗଣତି ଚାଲିଛି। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିଜ ଆସନରେ ଆଗୁଆ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପାଟନ ଆସନରେ ଆଗୁଆ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଅମ୍ବିକାପୁରରେ ଆଗୁଆ ଅଛନ୍ତି।

Advertisment

ଛତିଶଗଡ଼ରେ ବର୍ତ୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି ଆଗୁଆ ରୁହଛି। ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ୪୮ ଓ କଂଗ୍ରେସ ୪୦ ସିଟ୍‌ରେ ଆଗୁଆ ଚାଲିଛି। ନିଜ ପୁତୁରାକୁ ମଧ୍ୟ କଡା ଟକ୍କର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ।

ଛତିଶଗଡ଼ର ସମସ୍ତ ୯୦ଟି ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୭ ତାରିଖରେ ୨୦ଟି ଆସନରେ ଭୋଟିଂ ହୋଇଥିବା ବେଳେ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ହୋଇଥିଲା। ୭୦ଟି ଆସନରେ ମତଦାନ ଗ୍ରହଣ କରାଯାଇଥିଲା। ଏଠାରେ ୭୬.୩୧ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିଲା। ୨୦୧୮ ନିର୍ବାଚନରେ ୭୬.୮୮ ପ୍ରତିଶତ ଭେଟିଂ ହୋଇଥିଲା।

Advertisment
Chhattisgarh Assembly Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe