ଛତିଶଗଡ଼ରେ ରହିବେ ୨ ଜଣ ଉପ ମୁଖ୍ୟମନ୍ତ୍ରୀ, ରମଣ ସିଂହ ହେବେ ବାଚସ୍ପତି

ବିଷ୍ଣୁଦେଓଙ୍କ ଡେପୁଟି ଭାବେ ଦୁଇ ଜଣ କାମ କରିବେ। ବିଜେପି ନେତା ଅରୁଣ ସାଓ ଓ ବିଜୟ ଶର୍ମା ଛତିଶଡ଼ଗରେ ଉପ ମୁଖ୍ୟମନ୍ତ୍ରୀ ହେବେ।

BJP

ବାମରୁ ବିଜୟ ଶର୍ମା ଓ ଅରୁଣ

Hemant Lenka
  • Published: Sunday, 10 December 2023
  • Updated: 10 December 2023, 06:39 PM IST

Sports

Latest News

ରେଜଲ୍ଟ ବାହାରିବାର ପ୍ରାୟ ସପ୍ତାହ ଧରି କସରତ କରିବା ପରେ ବିଜେପି ଶେଷରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଆଦିବାସୀ ନେତା ବିଷ୍ଣୁଦେଓ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଖୁବଶୀଘ୍ର ସେ ଛତିଶଗଡ଼ର ୪ର୍ଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ବିଜେପି ନେତା ରହିଥିବାରୁ ଏବେ ଦଳ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଛତିଶଗଡ଼ରେ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ଥିବା ବରିଷ୍ଠ ନେତା ରମଣ ସିଂହ ରାଜ୍ୟ ବିଧାନସଭାର ବାଚସ୍ପତି ଭୂମିକାରେ ରହିପାରନ୍ତି।

Also Read

ସେ ୨୦୦୩ରୁ ୨୦୧୮ ଯାଏ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ୨୦୧୮ରେ ବିଜେପି ହାରିବା ସହ ରମଣ ସିଂହଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇଥିଲା। ୨୦୨୩ରେ ବିଜେପି ପୁଣି କ୍ଷମତା ଦଖଲ କରିଥିବାରୁ ରମଣ ସିଂହ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା।

କିନ୍ତୁ ବିଜେପି ହାଇକମାଣ୍ଡ ଆଦିବାସୀ କାର୍ଡ ଖେଳି ବିଷ୍ଣୁଦେଓଙ୍କୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ରମଣ ସିଂହଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ବିଧାନସଭାର ବାଚସ୍ପତି କରାଯିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଛତିଶଡ଼ଗରେ ବିଷ୍ଣୁଦେଓଙ୍କ ଡେପୁଟି ଭାବେ ଦୁଇ ଜଣ କାମ କରିବେ। ବିଜେପି ନେତା ଅରୁଣ ସାଓ ଓ ବିଜୟ ଶର୍ମା ଛତିଶଡ଼ଗରେ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।

ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ଥିବା ବେଳେ ବିଜେପି ୫୪ଟିରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୩୫ଟି ଆସନ ମିଳିଥିବା ବେଳେ ଜିଜିପିକୁ ଗୋଟିଏ ଆସନ ମିଳିଛି।

ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବରଠାରୁ ଢେର ଅଧିକ ଆସନ ପାଇଥିଲେ ସୁଦ୍ଧା ବିଜେପି ଗଲା ୬ ଦିନ ହେଲା କାହାକୁ ମୁଖ୍ୟମନ୍ତ୍ରୀ କରିବ, ସେ ନେଇ ଘୋଷଣା କରି ନଥିଲା। ଆଜି ରାୟପୁରରେ ଦଳର ନବନିର୍ବାଚିତ ୫୪ ବିଧାୟକଙ୍କ ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ସୋନୋୱାଲ, ଅର୍ଜୁନ ମୁଣ୍ଡା ଓ ଦଳର ବରିଷ୍ଠ ନେତା ଦୁଶୟନ୍ତ ଗୌତମ ଉପସ୍ଥିତ ରହିଥିଲେ। ସେମାନେ ସମସ୍ତ ୫୪ ଜଣ ନବନିର୍ବାଚିତ ଦଳୀୟ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ। ସେହି ବୈଠକରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story