Advertisment

ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।

author-image
Hemant Lenka
atishi

atishi

ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ନିର୍ବାଚନ ପାଇଁ ବିଜେପି ନେତା ବିଧୁରୀ ତାଙ୍କ ବାପାଙ୍କୁ ମଝିକୁ ଟାଣିଥିବାରୁ ଆତିଶୀ ଏହାକୁ ନିନ୍ଦା କରିଛନ୍ତି।

Advertisment

ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଆତିଶୀ କହିଛନ୍ତି, “ମୋ ବାପା ତାଙ୍କ ଜୀବନରେ ଜଣେ ଶିକ୍ଷକ ଭାବେ କାମ କରିଥିଲେ। ଏବେ ସେ ବିନା ସାହାରାରେ ଚାଲି ମଧ୍ୟ ପାରୁ ନାହାନ୍ତି। ନିର୍ବାଚନ ପାଇଁ ସେ (ବିଧୁରୀ) ଏତେ ତଳକୁ ଖସି ଯାଇଛନ୍ତି। ନିର୍ବାଚନ ପାଇଁ ସେ ଜଣେ ବୃଦ୍ଧଙ୍କୁ କଟାକ୍ଷ କରିଛନ୍ତି।

କ’ଣ ଏ ଦେଶର ରାଜନୀତି ଏତେ ତଳକୁ ଖସି ଯାଇଛି? ମୁଁ ଆଦୌ ଏହାକୁ ବିଶ୍ୱାସ କରିପାରୁ ନାହିଁ। ସେ ଭୋଟ ପାଇଁ ମୋ ବୟସ୍କ ବାପାଙ୍କ ପ୍ରତି ଏପରି ଶବ୍ଦ ପ୍ରୟୋଗ କରୁଛନ୍ତି।” ଏସବୁ କହିବା ବେଳେ ଆତିଶୀ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ ସର୍ବସମ୍ମୁଖରେ କାନ୍ଦିବି ପକାଇଥିଲେ।

Advertisment

ରମେଶ ବିଧୁରୀ ବିଜେପି ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତାଙ୍କୁ ବିଜେପି କାଲକାଜି ଆସନରୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କର ଲଢ଼େଇ ଆତିଶୀଙ୍କ ସହ ହେଉଛି। ରବିବାର ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିବା ବେଳେ ବିଧୁରୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ, “ଆତିଶୀ ତାଙ୍କ ବାପାଙ୍କୁ ବଦଳାଇ ଦେଇଛନ୍ତି। ସେ ମାର୍ଲେନା ହେବା କଥା। କିନ୍ତୁ ସେ ଏବେ ସିଂହ ସରନେମ ବ୍ୟବହାର କରୁଛନ୍ତି। ଅଫଜୁଲ ଗୁରୁ ଭଳି ଆତଙ୍କବାଦୀ ପାଇଁ ଆତିଶୀଙ୍କ ବାପା-ମା’ କ୍ଷମା ପିଟିସନ ଦାଏର କରିଥିଲେ।”

ବିଧୁରୀଙ୍କ ଏପରି ବୟାନକୁ ଆପ୍‌ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ଆଜି ନିଜେ ଆତିଶୀ ଏହା ଉପରେ ମତ ରଖିବା ବେଳେ କାନ୍ଦି ପକାଇଛନ୍ତି।

Delhi Atishi