Advertisment

ବର୍ଷା ବିପର୍ଯ୍ୟୟ ପାଇଁ ‘ବିହାରୀ ମିସ୍ତ୍ରୀ’ଙ୍କୁ ଦାୟୀ କରି ସଫେଇ ଦେଲେ ମୁଖ୍ୟମନ୍ତ୍ରୀ

ଜୁନ ୨୪ରେ ମୌସୁମୀ ହିମାଚଳରେ ପ୍ରବେଶ କରିଥିଲା। ସେବେଠାରୁ ବର୍ଷା ଜନିତ ଅଘଟଣ ଯୋଗୁ ଇତି ମଧ୍ୟରେ ୨୧୪ ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୩୮ ଜଣ ନିଖୋଜ ଅଛନ୍ତି।

HP

HP

Advertisment

ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପରେ ହିମାଚଳ ପ୍ରଦେଶ ଆକ୍ତାମାକ୍ତା ହୋଇଗଲାଣି। ଲଗାଣ ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ ବୁଧବାର ସୁଦ୍ଧା ରାଜ୍ୟରେ ୭୧ ଜଣଙ୍କ ଜୀବନ ମଧ୍ୟ ଗଲାଣି।

Advertisment

ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ୁଥିବା ବେଳେ କେଉଁଟି ଆଶ୍ରୟ ସ୍ଥଳ ବନ୍ୟା ପାଣିରେ ଭାସି ଯାଉଛି। ବିଶେଷ କରି ଶିମଲାରେ ପ୍ରକୃତିର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଶହଶହ ଲୋକ ବାସହରା ମଧ୍ୟ ହୋଇଯାଇଛନ୍ତି।

ଏସବୁ ଭିତରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ବିହାରୀ ମିସ୍ତ୍ରୀ ବୟାନକୁ ନେଇ ବିବାଦ ଦେଖାଦେଇଛି। ସେ ଘର ଭୁଶୁଡ଼ିବା ଘଟଣା ପାଇଁ ପରୋକ୍ଷରେ ବିହାରରୁ ଆସି କାମ କରୁଥିବା ମିସ୍ତ୍ରୀଙ୍କ ନିର୍ମାଣ ଷ୍ଟାଇଲକୁ ଦାୟୀ କରିଛନ୍ତି।

Advertisment

ସେ ପ୍ରଥମେ କହିଥିଲେ, “ପ୍ରବାସୀ ମିସ୍ତ୍ରୀ ଓ କାରିଗର, ଯେଉଁମାନଙ୍କୁ ମୁଁ ବିହାରୀ ରାଜମିସ୍ତ୍ରୀ କୁହେ; ସେମାନେ ଏଠାକୁ ଆସୁଛନ୍ତି ଓ ନିଜ ଇଚ୍ଛାରେ ଗୋଟିଏ ମହଲା ଉପରେ ଆଉ ଗୋଟିଏ ମହଲା ତିଆରି କରି ଦେଉଛନ୍ତି। ଆମ ପାଖରେ ସ୍ଥାନୀୟ ରାଜମିସ୍ତ୍ରୀ ନାହାନ୍ତି।”

ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବାର ମୁଖ୍ୟମନ୍ତ୍ରୀ ସୁଖୁ ପୁଣି ଥରେ ସଫେଇ ଦେଇଛନ୍ତି। ସେ କହିଛନ୍ତି, “ମୁଁ ସେଭଳି କିଛି କହିନି। ପ୍ରକୃତିର ତାଣ୍ଡବ ଯୋଗୁ ବିହାରର ଲୋକମାନେ ମଧ୍ୟ ଏଠାରେ ଫସି ରହିଛନ୍ତି। ମୁଁ ସେମାନଙ୍କୁ ହେଲିକପ୍ଟରରେ ଉଦ୍ଧାର କରିଛି।

ଏଠାରେ ଏବେ ବି ଆହୁରି ୨୦୦ ବିହାରବାସୀ ଫସି ରହିଛନ୍ତି। ସେମାନେ ଆମ ଭାଇମାନଙ୍କ ଭଳି। ଘର ଭୁଶୁଡ଼ିବା ପାଇଁ ଆମର ଇଞ୍ଜିନିୟରିଂ ଶୈଳୀ ଦାୟୀ। ସେମାନେ କେବଳ ଶ୍ରମିକ ଭାବେ କାମ କରନ୍ତି।”

ଅନ୍ୟପକ୍ଷରେ ହିମାଚଳ ସ୍ଥିତି ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଗଲା ୩ ଦିନ ମଧ୍ୟରେ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୧୩ ଜଣ ନିଖୋଜ ରହିଛନ୍ତି। ରବିବାର ରାତିରୁ ୫୭ଟି ମୃତଦେହ ଉଦ୍ଧାର କରାଯାଇଛି। ଶିମଲା ସମେତ ଏକାଧିକ ଜିଲ୍ଲାରେ ଭୂସ୍ଖଳନ ଯୋଗୁ ଯାତାୟାତ ପ୍ରଭାବିତ ହୋଇଛି।

ଜୁନ ୨୪ରେ ମୌସୁମୀ ହିମାଚଳରେ ପ୍ରବେଶ କରିଥିଲା। ସେବେଠାରୁ ବର୍ଷା ଜନିତ ଅଘଟଣ ଯୋଗୁ ଇତି ମଧ୍ୟରେ ୨୧୪ ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୩୮ ଜଣ ନିଖୋଜ ଅଛନ୍ତି।

Heavy Rain Flood Situation Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe