Advertisment

ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖାଯାଇଛି: ବିଜେପି

ମୁଖ୍ୟ ସଚିବ ଓ ଡିଜିପି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି ସେନେଇ ବିଜେପି ପ୍ରଶ୍ନ କରିଛି

author-image
Biswajit Samal
BJP

BJP

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧକ ରଖାଯାଇଛି। ପ୍ରେସମିଟରେ ଏମିତି କିଛି ଭିଡିଓ ଦେଖାଇ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ନେତା ସମୀର ମହାନ୍ତି। ଶୋଷାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ‘ଏଆଇ’ ବୋଲି ସନ୍ଦେହ କରିଛନ୍ତି।

Advertisment

ଗୋଟିଏ ଭିଡିଓରେ ଚୋର ଶବ୍ଦ ବ୍ୟବହାରକୁ ନେଇ ସମୀର ମହାନ୍ତି ସନ୍ଦେହ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କେବେହେଲେ ବି ଚୋର ଶବ୍ଦ ବାହାରିବ ନାହିଁ ବୋଲି ସେ କହିଛନ୍ତି। ଆମେ ଯେତିକି ତାଙ୍କୁ ଜାଣିଛୁ, ସେ କେବେ ଏଭଳି ଶବ୍ଦ କହିବେନି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓରେ ଯେଉଁଭଳି ଭାବେ ମ୍ୟୁଜିକ ଲଗାଯାଇଛି, ତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ମୁଖ୍ୟ ସଚିବ ଓ ଡିଜିପି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି ସେନେଇ ବିଜେପି ପ୍ରଶ୍ନ କରିଛି। ସେବା କରିବାକୁ ଆସି ବାବୁମାନେ ଶାସନତନ୍ତ୍ରକୁ ମାଡ଼ି ବସିଲେଣି ବୋଲି ଅଭିଯୋଗ କରିଛନ୍ତି ସମୀର ମହାନ୍ତି। ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
BjD Bjp 2024 Election Loka Sabha Election 2024 Odisha Assembly Election 2024