ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟି ଟଙ୍କାର ମାଲିକ। ନିର୍ବାଚନୀ ସତ୍ୟାପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନବୀନଙ୍କ ପାଖରେ ୩୦ ହଜାର ଟଙ୍କାର କ୍ୟାସ ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତା ଭିତରେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ ଓ ଫିକ୍ସ ଆକାରରେ ରହିଥିବା ଜଣା ପଡ଼ିଛି।
Also Read
ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି SBI ବ୍ରାଞ୍ଚରେ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କାର ଡିପୋଜିଟ୍ ରଖିଛନ୍ତି। ସମାନ ଭାବରେ ହିଞ୍ଜିଳିରେ ବି ଏକ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଡିପୋଜିଟ୍ ରଖିଛନ୍ତି।
କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି। ଏହା ସହ ନବୀନଙ୍କ ପାଖରେ ୫୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ମଧ୍ୟ ରହିଛି। ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ ନୂଆଦିଲ୍ଲୀ ଅବଦୁଲ କଲାମ ରୋଡ୍ ସ୍ଥିତ ଘର ଦାମ ୪୩ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।
Politics
ବିଜୁ ବାବୁ ଡେଙ୍ଗା, ଜୟ ବାବୁ ଡେଙ୍ଗା...
କିଏ ଓ କାହିଁକି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନବୀନ ପଟ୍ଟନାୟକଙ୍କୁ କହୁଥିଲେ।
Politics
ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
ମହିଳା, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଦର୍ଶନ କିପରି ସୁଙ୍ଗମ ହେବ ସେଥି ପାଇଁ ଭିନ୍ନ ଏକ ବ୍ୟବସ୍ଥା କରାଯାଇଛି।
Politics
ନିଜକୁ ଧିକାର୍ କଲେ ସୌମ୍ୟ, କହିଲେ ବିଜେଡିରେ ମିଶିଥିବାରୁ ଲଜ୍ଜିତ
ନବୀନ ପଟ୍ଟନାୟକ ଜଣେ ଅଦ୍ଭୂତ ପ୍ରେମକାହାଣୀର ନାୟକ। ଯାହାଙ୍କୁ ଓଡ଼ିଶାବାସୀ ଏତେ ଭଲପାଇବା ଦେଲେ, କିନ୍ତୁ ତା’ର ରିଟର୍ଣ୍ଣ ଗିଫ୍ଟ ସେ କ’ଣ ଦେଲେ? ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।