Advertisment

ମୁଖ୍ୟମନ୍ତ୍ରୀ ୭୧ କୋଟିର ମାଲିକ

କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି।

undefined

Naveen Patnaik

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟି ଟଙ୍କାର ମାଲିକ। ନିର୍ବାଚନୀ ସତ୍ୟାପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନବୀନଙ୍କ ପାଖରେ ୩୦ ହଜାର ଟଙ୍କାର କ୍ୟାସ ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତା ଭିତରେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ ଓ ଫିକ୍ସ ଆକାରରେ ରହିଥିବା ଜଣା ପଡ଼ିଛି।

Advertisment

ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି SBI ବ୍ରାଞ୍ଚରେ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କାର ଡିପୋଜିଟ୍ ରଖିଛନ୍ତି। ସମାନ ଭାବରେ ହିଞ୍ଜିଳିରେ ବି ଏକ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଡିପୋଜିଟ୍ ରଖିଛନ୍ତି।

କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି। ଏହା ସହ ନବୀନଙ୍କ ପାଖରେ ୫୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ମଧ୍ୟ ରହିଛି। ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ ନୂଆଦିଲ୍ଲୀ ଅବଦୁଲ କଲାମ ରୋଡ୍ ସ୍ଥିତ ଘର ଦାମ ୪୩ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ ରହିଛି।

Advertisment
Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe