Advertisment

କଟକ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆଜି ମହାନବମୀରେ କଟକ ଯାଇ ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି।

ଅଦ୍ୟତନ ହୋଇଛି
Cuttack

Cuttack

Advertisment

ସ୍ମାର୍ଟ ସିଟି ହେବ ସିଲଭର ସିଟି କଟକ। ଆଗାମୀ ଦିନରେ କଟକ ସହର ସ୍ମାର୍ଟ ସିଟି ଭାବେ ପରିଚିତ ହେବ। ଆଜି ଦୁର୍ଗାପୂଜାରେ କଟକ ବୁଲିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ମୁଖ୍ୟମନ୍ତ୍ରୀ ଆଜି ମହାନବମୀରେ କଟକ ଯାଇ ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁ ଦାବି ହୋଇ ଆସୁଛି। ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଆସିଲେ ଏନେଇ ରିଭ୍ୟୁ କରିବି। ସେହିଭଳି କଟକ-ଭୁବନେଶ୍ୱରକୁ ଖୁବଶୀଘ୍ର ଟୁଇନ ସିଟି କରିବାର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ ପ୍ରତାପନଗରୀ, ଚାଉଳିଆଗଞ୍ଜ, ଶିଖରପୁର, ଯୋବ୍ରା, ରାଣୀହାଟ, କଲେଜ ଛକ, ଛତ୍ରବଜାର, ମଧୁପାଟଣା, ଖାନନଗର, ପିଠାପୁର, ଝୋଲାସାହି, ଦରଘାବଜାର, ଚୌଧୁରୀବଜାର, ଚାନ୍ଦିନୀଚୌକ, ତୁଳସୀପୁର, ସିଡିଏ ସେକଟର ୬ ଓ ୭, ବିଡାନାସୀ, ମାତାମଠ ସହ ପ୍ରାୟ ୪୦ଟି ଦୁର୍ଗାମେଢ଼ ପରିଦର୍ଶନ କରିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ମହାଷ୍ଟମୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ। ଆଉ ମାଆଙ୍କ ଆଶୀର୍ବାଦ ନେଇଥିଲେ। ପୂଜା କମିଟିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ବିଭିନ୍ନ ମଣ୍ଡପ ବୁଲିଥିଲେ।

Bjp Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe