ସଚିବମାନଙ୍କୁ ମୋହନଙ୍କ ଗୁରୁମନ୍ତ୍ର: ସରକାର ୨୪ ଘଣ୍ଟା ଉତ୍ତରଦାୟୀ , ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାଅ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନ ଠାରେ ସବୁ ସଚିବମାନଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Mohan charan majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ଫାଇଲ ଫଟୋ)

Ordigital Desk
  • Published: Friday, 05 July 2024
  • Updated: 05 July 2024, 10:43 PM IST

Sports

Latest News

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ନିଜ ମନ୍ତ୍ରୀମାନଙ୍କ ସହ ବୈଠକ କରି ଶାସନର ଗୁରୁମନ୍ତ୍ର ଦେଇଥିବାବେଳେ ଆଜି ସଚିବମାନଙ୍କୁ ଡାକି ନିଜ ସରକାରର ଆଭିମୁଖ୍ୟ ଜଣାଇଛନ୍ତି। ଆଉ ତାଙ୍କ ସରକାର ୨୪ଘଣ୍ଟା ସାଧାରଣ ଲୋକଙ୍କ ପାଖରେ ଉତ୍ତରଦାୟୀ ବୋଲି କହିବା ସହ ତାଙ୍କ ଦଳ ଦେଇଥିବା ୨୧ଟି ଯାକ ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନ ଠାରେ ସବୁ ସଚିବମାନଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ ସେ କାମନା କରିଛନ୍ତି ।

Also Read

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଲୋକମାନଙ୍କ ପାଖରେ ୨୪ ଘଣ୍ଟା ଉତ୍ତରଦାୟୀ । ଜନପ୍ରତିନିଧି ଭାବେ ଓ ସରକାର ଭାବେ ଲୋକଙ୍କ ଭିତରେ ରହିବାର ପ୍ରତିବଦ୍ଧତା ନେଇ କାମ କରୁଛୁ । ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତିଗୁଡି଼କ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ତାହା ଗୁରୁଦାୟିତ୍ବ। ତେଣୁ ସେ ଦିଗରେ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଉ ୧୨ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓଡ଼ିଶାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ୨୦୪୭ରେ ମଧ୍ୟ ଦେଶର ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ। ତେଣୁ ଉଭୟ ଭିଜନକୁ ଦୃଷ୍ଟିରେ ରଖି ଆମକୁ ଓଡି଼ଶା ପାଇଁ ଏକ ଭିଜନ-୨୦୩୬ ପ୍ରସ୍ତୁତ କରିବାକୁ ହେବ । ଗତ ୨୪ବର୍ଷ ମଧ୍ୟରେ ଯାହା ହୋଇପାରି ନାହିଁ, ତାକୁ ଏହି ୫ ବର୍ଷରେ କରିବାକୁ ପଡି଼ବ।  ଏହାର ସଫଳତା ପାଇଁ ଆମକୁ ଏହି ୫ ବର୍ଷରେ କଠିନ ପରିଶ୍ରମ କରି ଆମର ସବୁ ଲକ୍ଷ୍ୟକୁ ହାସଲ କରିବାକୁ ପଡି଼ବ। ଏହାଦ୍ବାରା ବିକଶିତ ଭାରତରେ ଓଡି଼ଶା ଏକ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ହାସଲ କରିପାରିବ ବୋଲି ସେ କହିଥିଲେ ।

ସେହିପରି ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଲୋକଙ୍କ ସରକାର ଭାବେ ମୋ ସରକାର କାମ କରିବା ମଧ୍ୟ ଆରମ୍ଭ କରିଦେଇଛି । ଲୋକ ଓ ସରକାରଙ୍କ ମଧ୍ୟରେ କୌଣସି ପ୍ରାଚୀର ରହିବା ଉଚିତ ନୁହେଁ । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ଭରସା ସୃଷ୍ଟି ହୋଇଛି, ସେ ଭରସା ଅତୁଟ ରହିବା ଦରକାର । ଲୋକମାନେ ଯେଉଁ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି, ତାହାର ସମାଧାନ ହେବା ଅତି ଜରୁରୀ । ଏଥିପାଇଁ ଟେକ୍‌ନୋଲୋଜି ସହିତ ଉପଯୁକ୍ତ ତଦାରଖ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଯେପରି ଓଡି଼ଆ ଭାଷାରେ ହୋଇପାରିବ, ସେଥିପାଇଁ  ପଦକ୍ଷେପ ନେବାକୁ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏକାଧିକ ଲୋକପ୍ରିୟ ଯୋଜନା ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଏହିସବୁ ଯୋଜନାକୁ ତୃଟିଶୂନ୍ୟ ଓ ପ୍ରଭାବୀ ଢଙ୍ଗରେ ଆଗେଇ ନେବା ପାଇଁ ସମର୍ପିତ ଓ ସକ୍ରିୟ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଓଡି଼ଶା ନିର୍ମାଣ ପାଇଁ କାମ କରିବାର ସଂପୂର୍ଣ୍ଣ ସ୍ବାଧୀନତା ଆପଣମାନଙ୍କର ଅଛି। କିନ୍ତୁ ସମସ୍ତଙ୍କୁ ସ୍ବଚ୍ଛତା ଓ  ଉତ୍ତରଦାୟିତ୍ବର ସୀମା ଭିତରେ କାମ କରିବାକୁ ହେବ। ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟ ପରିମାଣ ଉପରେ ବିଚାର ବିମର୍ଶ କରନ୍ତୁ ଏବଂ ସେ ସବୁ ପ୍ରସଙ୍ଗରେ ଆଜିର ଦିନରେ କଣ ସ୍ଥିତି ଅଛି, ତା ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମ ସରକାରର  ରାଜନୈତିକ ଇଚ୍ଛା ଶକ୍ତି ଦୃଢ଼ ଅଛି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ ସରକାରଙ୍କ କେନ୍ଦ୍ରବିନ୍ଦୁ । ନିର୍ଣ୍ଣୟ ପ୍ରକ୍ରିୟାରେ ସମସ୍ତଙ୍କ ଭାଗିଦାରୀ ଆମର ପ୍ରାଥମିକତା । ସବୁ ବିଭାଗର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ତଳସ୍ତରର କର୍ମଚାରୀଟିଏ ମଧ୍ୟ ସରକାରଙ୍କ ସଫଳତା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଶାସକ ଦଳର ମତାମତ ସହିତ ବିରୋଧୀ ଦଳର ମତାମତକୁ ମଧ୍ୟ ଆମକୁ ଗୁରୁତ୍ବର ସହ ନେବାକୁ ପଡ଼ିବ। ତୃଣମୂଳସ୍ତରରେ ଜନପ୍ରତିନିଧିମାନଙ୍କ ମତାମତ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ସମସ୍ତେ ଏକ ଟିମ୍‌ ହୋଇ ଓଡ଼ିଶାର ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ କାମ କରିବାକୁ ପଡ଼ିବ । ଓଡ଼ିଶା ଏବେ ଦେଶର ଏକ ପ୍ରମୁଖ ବିକାଶଶୀଳ ରାଜ୍ୟ ଭାବେ ମୁଣ୍ଡ ଟେକିଛି । ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ କାମ ଆରମ୍ଭ କରିଛୁ । ଶିକ୍ଷା, ସ୍ବାସ୍ଥ୍ୟ, ଦୁର୍ନୀତି ବିରୋଧୀ ପରିବେଶ, ସାମାଜିକ ନ୍ୟାୟ, ଆର୍ଥିକ ପ୍ରଗତି, ଜନଜାତି କଲ୍ୟାଣ ଓ ଉତ୍ତରଦାୟୀ ପ୍ରଶାସନ ଯୋଗାଇ ଦେବା ପାଇଁ ଆମେ ବଦ୍ଧପରିକର।

ପ୍ରଶାସନିକ ସଂସ୍କାର ଓ ବିଶ୍ବସନୀୟ ସେବା ପ୍ରଦାନ ଦିଗରେ ସମସ୍ତଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇବ, ଏ ବିଶ୍ବାସ ମୋର ରହିଛି । ସମସ୍ତଙ୍କ ସହଯୋଗରେ ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶା ଓ ବିଶ୍ବାସ ବ୍ୟକ୍ତ କରିଥିଲେ ।

ସବୁ ବିଭାଗର ସଚିବମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଆଭିମୁଖ୍ୟକୁ ନେଇ ସେମାନେ କିପରି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି, ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।
ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ  ସଚିବ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story