ଏଡିଆର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଓଡ଼ିଶା ବିଧାନସଭାରେ ୧୪୬ଜଣ ବିଧାୟକ ଅଛନ୍ତି । ଦିଗପହଣ୍ଡି ବିଧାୟକଙ୍କ ମୃତ୍ୟୁ ଯୋଗୁ ଗୋଟିଏ ଆସନ ଖାଲି ପଡ଼ିଛି । ଏଥିରେ ୧୧୧ଜଣ ବିଜେଡି, ୨୨ଜଣ ବିଜେପି, ୮ଜଣ କଂଗ୍ରେସ, ୪ଜଣ ସ୍ୱାଧୀନ ଓ ଜଣେ ସିପିଏମ୍ ବିଧାୟକ ଅଛନ୍ତି । ସଙ୍ଗୀନ ଅପରାଧ ଥିବା ଏହି ମୋଟ ୪୭ଜଣ(୩୨%) ବିଧାୟକମାନଙ୍କ ମଧ୍ୟରେ ୩୧ଜଣ(୨୮%) ବିଜେଡିର, ୯ଜଣ(୪୧%) ବିଜେପିର ଓ ୪ଜଣ(୫୦%) କଂଗ୍ରେସ ବିଧାୟକ, ୨ଜଣ ସ୍ୱାଧୀନ ଓ ଜଣେ ସିପିଏମ୍ ବିଧାୟକ ଅଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।