/odisha-reporter/media/post_attachments/uploadimage/library/16_9/16_9_0/IMAGE_1699532006.jpg)
Nitish Kumar and Jitan Ram Manjhi
ବିହାର ବିଧାନସଭାରେ ପୁଣି ଥରେ ହଙ୍ଗାମା। ବର୍ଷିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ଉପରେ ସେ ରାଗିଯାଇଛନ୍ତି। ତାଙ୍କୁ ଗାଳି ଦେବା ସହ କଡ଼ା ଭାଷାରେ ତାଙ୍କ ବିରୋଧରେ ଦେଲେ ମନ୍ତବ୍ୟ। ସଂରକ୍ଷଣ ସଂଶୋଧନ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।
ବିଲ୍ ଉପରେ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ନିଜ ମତ ରଖିଥିଲେ। ସେ କହିଥିଲେ ଯେ ବିହାରରେ ହୋଇଥିବା ଜାତିଗତ ଜନଗଣନାକୁ ମୁଁ ବିଶ୍ୱାସ କରେ ନାହିଁ। ପ୍ରତି ୧୦ ବର୍ଷ ସଂରକ୍ଷଣର ସମୀକ୍ଷା ପାଇଁ ଆଲୋଚନା ହେଉଥିଲେ ମଧ୍ୟ ବିହାର ସରକାର ସଂରକ୍ଷଣର ସମୀକ୍ଷା କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ସଂରକ୍ଷଣର ଅବସ୍ଥା କ’ଣ ତାହା ସରକାର ଦେଖିବା ଉଚିତ।
ବାସ୍ ମାଞ୍ଝିଙ୍କ ଏହି କଥା ଶୁଣି ରାଗି ଯାଇଥିଲେ ନୀତୀଶ। ଗୃହରେ ମାଞ୍ଝିଙ୍କ ବିରୋଧରେ ନୀତୀଶ କୁମାର ତୀବ୍ର ଯୁକ୍ତିତର୍କ କରିଥିଲେ। ନୀତୀଶ କୁମାର ଏତେ ରାଗିଯାଇଥିଲେ ଯେ ଜୀତନଙ୍କୁ ସେ ତୁ-ତା କହିବାକୁ ମଧ୍ୟ ପଛାଇ ନଥିଲେ। ନୀତୀଶ କହିଥିଲେ, 'ମୋ ମୁର୍ଖମୀରୁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲା। ଏବେ ସେ ରାଜ୍ୟପାଳ ହେବା ପାଇଁ ବିଜେପି ପଛରେ ବୁଲୁଛି। ସେ ମୋ ଆଗରେ କହୁଛି ମୁଁ ମୁଖ୍ୟମନ୍ତ୍ରୀ ଥିଲି। ଏହି ବ୍ୟକ୍ତିଙ୍କର କୌଣସି ଧାରଣା ଅଛି କି ନାହିଁ ବୋଲି ନୀତୀଶ ପଚାରିଥିଲେ।
ନୀତୀଶଙ୍କ ଏ କଥା ଶୁଣି ଗୃହରେ ଉପସ୍ଥିତ ଥିବା ସଦସ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
