Advertisment

ଆଚରଣ ବିଧି ଉଲଘଂନ କରୁଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ: ବିଜେପି

ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ ବିଜେଡିର ଜଣେ ରାଜନୈତିକ ନେତାଙ୍କ ପାଖରେ ସରକାରୀ ଅଧିକାରୀ ରହିପାରିବେ କି? ବିଜେପ ପ୍ରଶ୍ନକରିଛି

ଅଦ୍ୟତନ ହୋଇଛି
BJP

BJP

Advertisment

ମାର୍ଚ୍ଚ ୧୬ରୁ ନିର୍ବାଚନ ଆଚରଣ ଵିଧି ଲାଗୁ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏହାକୁ ଉଲଙ୍ଘନ କରୁଛି। ଗତକାଲିର ଗୋଟିଏ ଫଟୋ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ବିଜେଡିର ଜଣେ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ର ଜଣେ ବାବୁ ଅଛନ୍ତି। ଏ ବାବୁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ସେକ୍ରେଟେରୀ ଭିନୀଲ କ୍ରୀଷ୍ଣ ନୁହନ୍ତିତ? ବୋଲି ପ୍ରଶ୍ନ କଲେ ସମୀର ମହାନ୍ତି।

Advertisment

ବିଜେଡି ନେତା ପାଣ୍ଡିଆନ ଗତକାଲି ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭିନ୍ନିଲ କ୍ରିଷ୍ଣା ଉପସ୍ଥିତ ଥିଲେ। ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆହୁରି ଅନେକ ଅଧିକାରୀ ମଧ୍ୟ ସେଠାରେ ଥିବାର ଦେଖିବାକୁ ମିଳିଥିଲା। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ ବିଜେଡିର ଜଣେ ରାଜନୈତିକ ନେତାଙ୍କ ପାଖରେ ସରକାରୀ ଅଧିକାରୀ ରହିପାରିବେ କି? ଭିକେ ପାଣ୍ଡିଆନ କୌଣସି ନିର୍ବାଚିତ ଜନପ୍ରତିନିଧି ନୁହନ୍ତି। ତାଙ୍କ ଗସ୍ତ ବେଳେ କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ରହିଥିଲେ? ପ୍ରଶାସନିକ ଅଧିକାରୀ ଭିନ୍ନିଲ କ୍ରୀଷ୍ଣା ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଭିନ୍ନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବହିଷ୍କାର କରିବା ପାଇଁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଭଳି ଆଚରଣ କରୁଥିଲେ ଯେମିତି ଆଜି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କାର୍ଯ୍ୟାଳୟ ହେଉଛି। ସମାନ ଆଚରଣ ବିଧି ଉଲଘଂନ ପାଇଁ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଦିନେ ଅସିଦ୍ଧ ହୋଇଥିଲା। ଯାହା ପରବର୍ତୀ ସମୟରେ ଦେଶକୁ ଜରୁରୀକାଳିନ ପରିସ୍ଥିତିର କଳାଦିନ ଦେଖା ଦେଇଥିଲା। ସେହି ଘଟଣାର ପୁନରାବୃତି ଓଡ଼ିଶାରେ ଏବେ ଦେଖିବାକୁ ମିଳୁଛି।

Advertisment

ଜଣେ ଅଣଓଡ଼ିଆ ଅଧିକାରୀ ବିଗତ ଦିନରେ ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରି ନିଜକୁ ପ୍ରତିଷ୍ଠା କରିବା ପାଇଁ ମନ୍ଦ ଉପାୟ ଆଚରଣ ଆପଣାଇଛନ୍ତି। ଯାହାକୁ ସାରା ଓଡ଼ିଶାବାସୀ ଦେଖିଛନ୍ତି। ବିଜୁ ଜନତା ଦଳ ନିଜର ରାଜନୈତିକ ପ୍ରଚାର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଭିକାରି ସଜାଇବାରେ ମଧ୍ୟ ପଛାଇନଥିଲା। ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ଅସମ୍ମାନିତ କରିଥିଲା। ଓଡ଼ିଶାର ଲୋକ ଏଥର ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe