Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିଲେ ମିଳିବ ୧୫୦ ଟଙ୍କିଆ ଟିଫିନ୍ ସହ ୩୫୦ ଟଙ୍କିଆ ବିରିୟାନି

ପୁରୀ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଲୋକାର୍ପଣ ଉତ୍ସବକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷଙ୍କ ଅଫର

 Chief Minister's program

Chief Minister's program

Advertisment

ପୁରୀ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଲୋକାର୍ପଣ ଉତ୍ସବକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷଙ୍କ ଅଫର। ଆସିଲେ ମିଳିବ ଦେଢ ଶହ ଟଙ୍କିଆ ଟିଫିନ୍ ସହ ୩୫୦ ଟଙ୍କିଆ ବିରିୟାନି। ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ କରିଥିବା ଏଭଳି ହ୍ୱାଟସଅପ୍ ମେସେଜ୍ ଏବେ ଭାଇରାଲ ହେଉଛି।

Advertisment

ପିଲାଙ୍କୁ ଲୋକାର୍ପଣ ଉତ୍ସବ ପାଇଁ ସକାଳ ୯ଟାରେ ପହଁଚିବାକୁ କୁହାଯାଇଛି। ସେଠାରୁ ବସରେ ପଞ୍ଚଶଖା ପଡ଼ିଆକୁ ଯିବା ଏବଂ ସେଠାରେ ଦେଢ ଶହ ଟଙ୍କିଆ ଟିଫିନ୍ ବ୍ୟବସ୍ଥା ହୋଇଥିବା ଲେଖାଯାଇଛି। ପରେ କଲେଜରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୫୦ ଟଙ୍କିଆ ବିରିୟାନି ବ୍ୟବସ୍ଥା ମଧ୍ୟ କରାଯାଇଥିବା ଲେଖାଯାଇଛି। କେବଳ ଏତିକି ନୁହେଁ। ପରୀକ୍ଷା ଥିଲେ ମଧ୍ୟ ପିଲାଙ୍କୁ ଆସିବାକୁ କୁହାଯାଇଛି। ଏପରିକି ଇଣ୍ଟରନାଲ ଓ ପ୍ରାକ୍ଟିକାଲ ମାର୍କରେ କିଛି ଭୁଲ୍ ହୋଇଛି ବୋଲି କହିବା ସହ ମାର୍କ କେମିତି ବଢିବ ସେନେଇ ସାର୍ ମ୍ୟାଡାମଙ୍କ ସହ ଦେଖା କରିବାକୁ ସ୍ପଷ୍ଟ କରାଯାଇଛି।

ପିଲାଙ୍କୁ ଉତ୍ସବକୁ ଆସିବାକୁ ପରୋକ୍ଷରେ ଧମକ ମଧ୍ୟ ଦିଆଯାଇଛି। ସମସ୍ତଙ୍କ ଆସିବା ବାଧ୍ୟତାମୂଳକ ବୋଲି ଲେଖାଯିବା ସହ ନଆସିଲେ ପରେ କଲେଜ୍ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦୋଷ ଦେବନାହିଁବୋଲି ଲେଖାଯାଇଛି। ବର୍ତ୍ତମାନ ଏହି ହ୍ୱାଟସଅପ୍ ମେସେଜ୍ ଭାଇରାଲ ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ୟୁଜିଏସ୍ କଲେଜ ଅଧ୍ୟକ୍ଷ।

Advertisment
BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe