Advertisment

ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି : ନୂଆ ସରକାର ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସମ୍ପୂର୍ଣ୍ଣ ସଫଳ, କଲେ ନୂଆ ଘୋଷଣା

ଏହି ଗୋଟିଏ ବର୍ଷରେ ଅନେକ କାର୍ଯ୍ୟ ପ୍ରଥମ ଥର ପାଇଁ ହୋଇପାରିଛି, ଯାହା ହୁଏତ ଆଗରୁ ହୋଇପାରିଥାନ୍ତା।

author-image
Ordigital Desk
CM Mohan Charan Majhi

CM Mohan Charan Majhi

ଓଡ଼ିଶାବାସୀ ଏକ ନୂଆ ସୂର୍ଯ୍ୟୋଦୟ ଆଶାରେ ଗୋଟିଏ ନୂଆ ସରକାରକୁ ନିର୍ବାଚିତ କରିଥିଲେ। ବିଗତ ୧୪ମାସ ହେବ ଓଡ଼ିଶା ବି ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି। ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ଆମ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ଗୋଟିଏ ବର୍ଷରେ ଅନେକ କାର୍ଯ୍ୟ ପ୍ରଥମ ଥର ପାଇଁ ହୋଇପାରିଛି, ଯାହା ହୁଏତ ଆଗରୁ ହୋଇପାରିଥାନ୍ତା। ଏଭଳି କିଛି ଢଙ୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ମଂଚରୁ ନିଜ ସରକାରଙ୍କ ସଫଳତାର ଦମ୍ଭୋକ୍ତି ଓ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହିତ ୧୧ଟି ଜିଲ୍ଲାର ୨୭ଲକ୍ଷ ହିତାଧିକାରୀଙ୍କୁ ଅତିରିକ୍ତ ୩ମାସ ମାଗଣା ଚାଉଳ ବଂଟନ, ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଏମ୍ସ ପ୍ଲସ୍ ଭାବେ ବିକଶିତ, ୪ଟି ନୂଆ ବନ୍ଦର ନିର୍ମାଣ ଓ ରାଜ୍ୟର ୩ଟି ବଡ଼ ମେଡ଼ିକାଲରେ ରୋଗୀଙ୍କ ସହାୟକଙ୍କ ନିମନ୍ତେ ୨୨୫୦ଟି ବେଡ୍ ସୁବିଧାର ରହଣୀସ୍ଥଳୀ ଆଦି ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଘୋଷଣା କରିଛନ୍ତି।

Advertisment

ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କ'ଣ କହିଲେ

୨୭ଲକ୍ଷ ଲୋକଙ୍କୁ ଅଧିକ ୫କିଲୋ ଚାଉଳ 

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା” ଅଧୀନରେ ରାଜ୍ୟର ୧୧ଟି ଜିଲ୍ଲାରେ ୨୭ ଲକ୍ଷ ହିତାଧିକାରୀଙ୍କୁ ୩ ମାସ ପାଇଁ ମାସିକ ୫ କିଲୋ ଅତିରିକ୍ତ ଚାଉଳ ଯୋଗାଇ ଦିଆଯିବ। ଏଥିପାଇଁ ୪୧,୦୮୨ ମେଟ୍ରିକ ଟନ ଚାଉଳ ବଣ୍ଟନ କରାଯିବ। ୮ଟି କେବିକେ ଜିଲ୍ଲା ସହିତ ବୌଦ୍ଧ, ଗଜପତି ଓ କନ୍ଧମାଳ- ସମୁଦାୟ ୧୧ ଟି  ଜିଲ୍ଲାର ପ୍ରାୟ ୨୭ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପରିବାରଙ୍କୁ, ତିନି ମାସ ପାଇଁ,  ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ, ମାଗଣାରେ ଯୋଗାଇ ଦେବେ ରାଜ୍ୟ ସରକାର। ଏବାବଦରେ ରାଜ୍ୟ ସରକାର ନିଜସ୍ଵ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ।ଏହି ଯୋଜନା ଗରିବ ପରିବାରଙ୍କ ଖାଦ୍ୟ ଅଭାବ ଦୂର କରିବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ।

କୃଷି ଓ ଉଦ୍ୟୋଗ

  • ଓଡିଶାର ୬୦% ଲୋକଙ୍କ ଜୀବିକା କୃଷି ଉପରେ ନିର୍ଭରଶୀଳ; କୃଷି ସହ ଉଦ୍ୟୋଗ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଉଦ୍ୟମ।
  • ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା” ମାଧ୍ୟମରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା।
  • ସମୃଦ୍ଧ କୃଷକ ଯୋଜନା” ଓ “ପିଏମ/ସିଏମ କିଷାନ ଯୋଜନା”ରେ ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ବର୍ଷକୁ ୧୦,୦୦୦ ଟଙ୍କା ସହାୟତା।
  • ଚାଷୀ ପରିବାରଙ୍କ ରୋଜଗାର ବର୍ଷକୁ ଅତିକମରେ ୩୦,୦୦୦ ଟଙ୍କା ବୃଦ୍ଧି।
Advertisment

ଶିଳ୍ପାୟନ

  • ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପାୟନ ପାଇଁ ନୂତନ ଶିଳ୍ପ ନୀତି।
  •  “ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫” ମାଧ୍ୟମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଓ ୧୩ ଲକ୍ଷ ନିଯୁକ୍ତି ସୁଯୋଗ।
  •  ୬-୭ ମାସରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ, ୧.୮୦ ଲକ୍ଷ କୋଟି ଟଙ୍କା ବିନିଯୋଗ, ୧ ଲକ୍ଷରୁ ଅଧିକ ନିଯୁକ୍ତି।
  • ଓଡିଶା ଟେକ୍ସଟାଇଲ କନକ୍ଲେଭ୍: ୭,୮୦୦ କୋଟି ଟଙ୍କା ପୁଞ୍ଜି ଓ ୫୩,୦୦୦ ନିଯୁକ୍ତି।
  • ଓଡିଶାର ହସ୍ତତନ୍ତକୁ ବ୍ରାଣ୍ଡ ଭାବେ ବିକଶିତ କରିବା ପାଇଁ ଉଦ୍ୟମ; ସପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପୋଷାକ ପିନ୍ଧିବା ପାଇଁ ଅନୁରୋଧ।
  • ସେମି-କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ କ୍ୟାବିନେଟ ଅନୁମୋଦନ,ଇଲେକ୍ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ବିପ୍ଲବ।
  • ଫାର୍ମା କନକ୍ଲେଭ୍ ମାଧ୍ୟମରେ ଓଡିଶାକୁ ଫାର୍ମା ହବ୍ କରିବା ଲକ୍ଷ୍ୟ; ୨.୫୦ ଲକ୍ଷ ରୋଜଗାର ସୃଷ୍ଟି।

ନିଯୁକ୍ତି

  • ୨୮,୩୯୨ ସରକାରୀ ପଦବୀ ପୂରଣ; ୩୪,୫୦୦ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି; ୨୨,୮୯୬ ପଦବୀ ପୂରଣ ପାଇଁ ଶୀଘ୍ର ଅନୁମତି।
  • ୨ ବର୍ଷରେ ୮୫,୦୦୦ ସରକାରୀ ପଦବୀ ପୂରଣ ଲକ୍ଷ୍ୟ।
  • “ଅଗ୍ନିବୀର ପ୍ରଶିକ୍ଷଣ ଯୋଜନା” ମାଧ୍ୟମରେ ଯୁବକ-ଯୁବତୀଙ୍କୁ ଦେଶସେବା ପାଇଁ ପ୍ରସ୍ତୁତ କରିବା।

ମହିଳା ସଶକ୍ତିକରଣ

  •   “ସୁଭଦ୍ରା ଯୋଜନା”ରେ ୧ କୋଟିରୁ ଅଧିକ ମହିଳାଙ୍କୁ ୧୫,୦୦୦ ଟଙ୍କା ସହାୟତା; ଲକ୍ଷ ଲକ୍ଷ ମହିଳା କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ।
  • ୧୭ ଲକ୍ଷ ମହିଳାଙ୍କୁ “ଲକ୍ଷପତି ଦିଦି” କରିବା ଦିଗରେ କୀର୍ତ୍ତିମାନ।
  • ମହିଳାଙ୍କ ପାଇଁ ବଜେଟରେ ୮୯,୮୬୧ କୋଟି ଟଙ୍କା ପ୍ରାବଧାନ।
  • “ଶକ୍ତିଶ୍ରୀ” କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନରେ ମହିଳା ସୁରକ୍ଷା ପାଇଁ ସୁରକ୍ଷିତ ଅଞ୍ଚଳ ଘୋଷଣା।

ଆଇନ ଶୃଙ୍ଖଳା

  •   ମହିଳା ସୁରକ୍ଷା ପାଇଁ “ଶୂନ୍ୟ ସହନଶୀଳତା” ନୀତି; ହିଂସାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ।
  • ନିଶା ନିବାରଣ ଓ ଗୁଣ୍ଡାରାଜ ଦମନ ପାଇଁ କଠୋର ନିର୍ଦ୍ଦେଶ; ସଂଗଠିତ ଅପରାଧ ନିର୍ମୂଳ ପାଇଁ ଆବଶ୍ୟକ ହେଲେ ସ୍ଵତନ୍ତ୍ର ଆଇନ।
  • ଶିକ୍ଷାନୁଷ୍ଠାନରେ ମଦ୍ୟପାନ ଓ ନିଶା ସେବନ ବାରଣ; ଅଣଛାତ୍ରଙ୍କ ଅସାମାଜିକ କାର୍ଯ୍ୟ ଦମନ।

ଶିକ୍ଷା

  •  ପ୍ରତ୍ୟେକ ପଞ୍ଚାୟତରେ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ” ପ୍ରତିଷ୍ଠା।
  • ନୂତନ ଜାତୀୟ ଶିକ୍ଷାନୀତି, ପିଏମ-ଉଷା, ପିଏମ-ଶ୍ରୀ, ନିପୁଣ ଓଡିଶା, ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ।
  • ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ।
  • ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ଯୋଜନା।

ସ୍ୱାସ୍ଥ୍ୟ

  •  “ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା” ଓ “ଆୟୁଷ୍ମାନ ବୟୋ ବନ୍ଦନା”ରେ ୮୨% ଲୋକଙ୍କୁ ସାମିଲ; ୪ ଲକ୍ଷ ହିତାଧିକାରୀଙ୍କୁ ୯୩୬ କୋଟି ଟଙ୍କାର ଚିକିତ୍ସା।
  • ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁରରେ ନୂତନ ସରକାରୀ ମେଡିକାଲ କଲେଜ।
  • ବ୍ରହ୍ମପୁର ମେଡିକାଲ କଲେଜକୁ “ଏମ୍ସ ପ୍ଲସ” କରିବାକୁ ଯୋଜନା ରଖାଯାଇଛି।
  • ୩ ବୃହତ୍ ମେଡିକାଲ କଲେଜରେ ରୋଗୀଙ୍କ ଆତ୍ମୀୟଙ୍କ ପାଇଁ ୨,୨୫୦ ଶଯ୍ୟା ବ୍ୟବସ୍ଥା।

ଜନଜାତି ଓ ଅନୁସୂଚିତ ଜାତି ସଶକ୍ତିକରଣ

  • “ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ”, “ପିଏମ-ଜନମନ”, “ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ”।
  • ବୀର୍ସା ମୁଣ୍ଡାଙ୍କ ଜୟନ୍ତୀକୁ “ଜାତୀୟ ଜନଜାତି ଗୌରବ ଦିବସ” ଭାବେ ପାଳନ।

ଭିତ୍ତିଭୂମି

  • ବଜେଟରେ ୬୫,୦୦୦ କୋଟି ଟଙ୍କା ପୁଞ୍ଜି ଖର୍ଚ୍ଚ; ସଡକ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ବନ୍ଦର ବିକାଶ।
  • ୫ ବର୍ଷରେ ୭୫,୦୦୦ କିଲୋମିଟର ଉଚ୍ଚ ମାନର ସଡକ ନିର୍ମାଣ।
  • ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା, ଅସ୍ତରଙ୍ଗରେ ୪ଟି ନୂତନ ବନ୍ଦର।
  • ଭୁବନେଶ୍ୱରରେ “ଜନ ଆଶ୍ରୟ ଭବନ” ନିର୍ମାଣ।
  • ୨୧ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ।

ଓଡ଼ିଆ ଅସ୍ମିତା

  • ପୁରୀକୁ ମହାନଗର ନିଗମ ଓ ଐତିହାସିକ ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ କରିବା।
  • ଶ୍ରୀଜଗନ୍ନାଥ ମ୍ୟୁଜିୟମ୍, ଲାଇବ୍ରେରୀ, ଅନୁସନ୍ଧାନ କେନ୍ଦ୍ର, ଇଣ୍ଟରପ୍ରିଟେସନ୍ ସେଣ୍ଟର, ଆକ୍ଵାରିୟମ୍ ନିର୍ମାଣ।
  • ଓଡିଆ ଭାଷାକୁ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ।
  •  “ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା” ମାଧ୍ୟମରେ ମହାପୁରୁଷଙ୍କ ଜନ୍ମଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗଢିବା।

ପରିବେଶ ସୁରକ୍ଷା

  • “ଏକ୍ ପେଡ୍ ମା କେ ନାମ” କାର୍ଯ୍ୟକ୍ରମ ଅଧୀନରେ ମୋଦୀଜୀଙ୍କ ୭୫ତମ ଜନ୍ମଦିନରେ ୭୫ ଲକ୍ଷ ଚାରା ରୋପଣ।

ପୁଲିସ ମେମୋରିଆଲ

  • ଡ୍ୟୁଟି ସମୟରେ ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କ ସ୍ମୃତିରେ ପୋଲିସ ମେମୋରିଆଲ ନିର୍ମାଣ।

ଅଭିଯୋଗ ଶୁଣାଣି ଓ ଦୁର୍ନୀତି ମୂଳପୋଛ

  • ୧୪ଟି ଜନ ଶୁଣାଣିରେ ୨୦,୦୦୦ରୁ ଅଧିକ ଅଭିଯୋଗର ୯୦% ସମାଧାନ।
  • ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ “ଭିଜିଲାନ୍ସ” ମାଧ୍ୟମରେ କଠୋର କାର୍ଯ୍ୟାନୁଷ୍ଠାନ।

ଭବିଷ୍ୟତ ଲକ୍ଷ୍ୟ

  • ୨୦୩୬ ସୁଦ୍ଧା ଓଡିଶାକୁ ଦେଶର ପାଞ୍ଚଟି ସର୍ବଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସାମିଲ; ୫୦,୦୦୦ କୋଟି ଡଲାର ଅର୍ଥନୀତି।
  • ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତି।
  •  “୩୬ ପାଇଁ ୩୬” କାର୍ଯ୍ୟକ୍ରମ ମାଧ୍ୟମରେ ୨୦୩୬ ପାଇଁ ୩୬ଟି ସ୍ୱତନ୍ତ୍ର ଯୋଜନା।
Independence Day CM Mohan Charan Majhi