Advertisment

ଆଜି ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଏବଂ ନୂଆପଡ଼ା ଗସ୍ତ

ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ନବୀନ।

ଅଦ୍ୟତନ ହୋଇଛି
CMO

CMO

Advertisment

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ରିଷିଗାଁ କ୍ରିଷ୍ଣାନଗର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ।

Advertisment

ପରେ ନବୀନ ଭବାନୀପାଟଣାରୁ ବାହାରି ନୂଆପଡା ଜିଲ୍ଲା ଖଡ଼ିଆଳ ଗସ୍ତ କରିବେ। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ସେଠାରୁ ପ୍ରତ୍ୟାବର୍ତ୍ତନ କରି କଳାହାଣ୍ଡି ଜିଲ୍ଲା ଉତ୍କେଲା ଏଆରଷ୍ଟ୍ରିପରେ ପହଞ୍ଚି ସେଠାରୁ ଭୁବନେଶ୍ୱର ଫେରି ଆସିବେ।

ବିଜେଡି ନେତା ଭି.କେ ପାଣ୍ଡିଆନ ବର୍ତ୍ତମାନ ଦଳର ଷ୍ଟାର ପ୍ରଚାରକ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ଉପସ୍ଥିତ ରହିବେ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Advertisment

୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣା ନିର୍ବାଚନ ପ୍ରଚାରରେ ଆସି ଏକ ରୋଡ଼ ଶୋ’ କରିଥିଲେ। କିନ୍ତୁ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେବେ। 

Cmo Of Odisha Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe