Advertisment

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା, ଶାସନ କରିବେ ଲାଲଦୁହୋମା

ZPM କ୍ଷମତା ଦଖଲ କରିଥିବାରୁ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବେ। ସେ ସେରଚ୍ଚିପ ଆସନରୁ ବିଜୀ ହୋଇଛନ୍ତି। ଲାଲଦୁହୋମା ୨୯୮୨ ଖଣ୍ଡ ଭୋଟରେ ଏମଏନଏଫ ପ୍ରାର୍ଥୀଙ୍କୁ ହରାଇଛନ୍ତି।

author-image
Hemant Lenka
RS

RS

ମିଜୋରାମରେ କ୍ଷମତାସୀନ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମଏନଏଫ)ର ପତନ ହୋଇଛି। ଜୋରାମ ପିପୁଲ୍ସ ମୁଭମେଣ୍ଟ(ZPM) ମିଜୋରାମ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ କରିଛି।

Advertisment

ଏମଏନଏଫ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୧ ଠାରୁ ଯଥେଷ୍ଟ ପଛରେ ରହି ଯାଇଛି। ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ନିଜ ଆସନରେ ହାରି ଯାଇଛନ୍ତି। ଏପରି ଡବଲ ବିପର୍ଯ୍ୟୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜୋରାମଥାଙ୍ଗା।

ଆଜି ରେଜଲ୍ଟ ପ୍ରକାଶ ପାଇବା ପରେ ସେ ରାଜଭବନରେ ପହଞ୍ଚିଥିଲେ। ଏହାରେ ରାଜ୍ୟପାଳ ଡ. ହରି ବାବୁ କାମଭାମପତିଙ୍କୁ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଏହାର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଅଜୱାଲ ଇଷ୍ଟ ଆସନରେ ଜୋରାମଥାଙ୍ଗା ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଠାରେ ZPMର ଲାଲଥାନସାଙ୍ଗା ୨୧୦୧ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କୁ ହରାଇ ଦେଇଛନ୍ତି। 

ପରାଜୟକୁ ଜୋରାମଥାଙ୍ଗା ସ୍ୱୀକାର କରିବା ସହ ଲୋକମାନେ ତାଙ୍କୁ ବିଶ୍ୱାସକୁ ନେବାକୁ ସକ୍ଷମ ହୋଇ ନଥିବା କହିଛନ୍ତି। ଏମଏନଏଫ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ZPM କ୍ଷମତା ଦଖଲ କରିଛି। ମିଜୋରାମର ୪୦ ଆସନରୁ ଦଳ ୨୭ଟିରେ ଜିତିଛି। ଏମଏନଏଫ ୧୦ଟି, ବିଜେପି ୨ ଓ କଂଗ୍ରେସ କେବଳ ଗୋଟିଏ ଆସନରେ ବିଜୟୀ ହୋଇଛି।

ZPM କ୍ଷମତା ଦଖଲ କରିଥିବାରୁ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବେ। ସେ ସେରଚ୍ଚିପ ଆସନରୁ ବିଜୀ ହୋଇଛନ୍ତି। ଲାଲଦୁହୋମା ୨୯୮୨ ଖଣ୍ଡ ଭୋଟରେ ଏମଏନଏଫ ପ୍ରାର୍ଥୀଙ୍କୁ ହରାଇଛନ୍ତି।

ଲାଲଦୁହୋମା ବିଜୟ ପରେ କହିଛନ୍ତି, “ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ। ଏଠାରେ ଏହା ହିଁ ରେଜଲ୍ଟ ହେବାର ଥିଲା। ଏବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରାଯିବ।”

ନଭେମ୍ବର ୭ରେ ମିଜୋରାମ ସମସ୍ତ ୪୦ ଆସନରେ ଭୋଟ ହୋଇଥିଲା। ରବିବାର ଏଠାରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବାର ଥିଲା। କିନ୍ତୁ ଇଷ୍ଟର ଯୋଗୁ ଆଜି ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇଛି।

Election Mizoram Election Results