Advertisment

ଲାଂଚ ନେଇ ଧରାପଡ଼ିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଭଉଣୀ: ୧୫ ଲକ୍ଷ ନଗଦ ଜବତ, ହେବେ ଗିରଫ

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସବ୍ ପ୍ଲଟ୍ ରେଜିଷ୍ଟ୍ରେସନ୍ କରାଇବା ଦେବା ପାଇଁ ୨୦ହଜାର ଟଙ୍କା ଲାଂଚ ମାଗି ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଦେବଯାନୀ କର ।

BJD

BJD

Advertisment

ଜମି ରେଜିଷ୍ଟ୍ରେସନ କରାଇ ଦେବା ପାଇଁ ୨୦ହଜାର ଟଙ୍କା ଲାଂଚ ମାଗିବା ମହଙ୍ଗା ପଡ଼ିଲା। ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଯାନୀ କର। ଭିଜିଲାନ୍ସ ଆଜି ତାଙ୍କଠୁ ୨୦ହଜାର ଲାଂଚ ଟଙ୍କା ଜବତ କରିବା ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା ମଧ୍ୟ ନିଜ କବଜାକୁ ନେଇଛି। ଭିଜିଲାନ୍ସ ଆଜି ତାଙ୍କୁ ଅଟକ ରଖିଥିବା ଓ ଆସନ୍ତାକାଲି ଗିରଫ କରିପାରେ ବୋଲି ଜଣାପଡ଼ିଛି । ଦେବଯାନୀ ହେଉଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କରଙ୍କ ଭଉଣୀ।

Advertisment

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସବ୍ ପ୍ଲଟ୍ ରେଜିଷ୍ଟ୍ରେସନ୍ କରାଇବା ଦେବା ପାଇଁ ୨୦ହଜାର ଟଙ୍କା ଲାଂଚ ମାଗି ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଦେବଯାନୀ କର । ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଦେବଯାନୀଙ୍କୁ ଲାଂଚ ନେବାବେଳେ ଧରିବା ପାଇଁ ଯୋଜନା ହୋଇଥିଲା । ଆଉ ନିଜ ଅଫିସରେ ଏହି ଲାଂଚ ଟଙ୍କା ନେବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା । ସାକ୍ଷୀଙ୍କ ଉପସ୍ଥିତିରେ ଏହି କେମିକାଲ ବୋଳା ଲାଂଚ ଟଙ୍କା ଜବତ ହେବାପରେ ତାଙ୍କ ଓଲଡ୍ ଟାଉନସ୍ଥିତ ବାସଭବନ ଓ ଅଫିସରେ ଏକକାଳୀନ ସର୍ଚ୍ଚ ହୋଇଥିଲା । ଦେବଯାନୀ କାର୍ଯ୍ୟରତ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା ନଗଦ ଜବତ ହୋଇଛି । ଏତେ ପରିମାଣର ନଗଦ ଟଙ୍କା କିଭଳି ଓ କେଉଁଠି ଆସିଛି ତାହା ଜାଣିବା ପାଇଁ ଦେବଯାନୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଭିଜିଲାନ୍ସ ଜେରା କରିଛି । ଏହାସହିତ କଟକସ୍ଥିତ ରେଜିଷ୍ଟ୍ରସନ ଆଇଜିଙ୍କ ଅଫିସରୁ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହଯୋଗ ନେଇଛି ଭିଜିଲାନ୍ସ । ଏହି ଲାଂଚ ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ  ୮ତାରିଖରେ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି ।

ଅନ୍ୟପକ୍ଷରେ ଦେବଯାନୀ ହେଉଛନ୍ତି ବିଜେଡି ନେତ୍ରୀ ତଥା ରାଜ୍ୟ ଶିଶୁସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କରଙ୍କ ଭଉଣୀ । ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ(ବବି)ଙ୍କ ସହ ମଧ୍ୟ ଦେବଯାନୀଙ୍କ ଭଲ ସମ୍ପର୍କ ରହିଛି । ବିଜେଡି ଶାସନକାଳରେ ତାଙ୍କୁ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା । ବିଜେଡିରେ ଥିବା ପ୍ରଭାବକୁ ବିସ୍ତାର କରି ଏଭଳି ଅସାଧୁ ଉପାୟରେ ଦେବଯାନୀ ଅର୍ଥ ଉପାର୍ଜନ କରୁଥିବା ଚର୍ଚ୍ଚା ହେଉଛି ।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୬ମାସ ପୁରିବ । ମାତ୍ର ରାଜ୍ୟ ଶିଶୁସୁରକ୍ଷା ଆୟୋଗରେ ଥଇଥାନ ହୋଇଥିବା ବିଜେଡି ନେତ୍ରୀମାନେ ଏବେବି ନିଜ କୁର୍ସି ମାଡ଼ି ବସି ରହିଛନ୍ତି । ଯଦିଓ ରାଜ୍ୟ ମହିଳା ଆୟୋଗରେ ଥିବା ବିଜେଡି ନେତ୍ରୀମାନଙ୍କୁ ବିଜେପି ସରକାର ବିଦା କରିସାରିଛନ୍ତି ।

Bhubaneswar BjD Vigilance Raid Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe