ନିର୍ବାଚନ ପ୍ରଚାରରେ କୋମଳମତି ପିଲାଙ୍କୁ ସାମିଲ କରୁଛି ବିଜେଡି, ସମସ୍ତେ ନିରବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଶାସକ ବିଜେଡି ଖୋଲାଖୋଲି କରୋନା ଗାଇଡଲାଇନକୁ ଉଲ୍ଲଘଂନ କରି କୋମଳମତି ପିଲାଙ୍କୁ ନିର୍ବାଚନ ପ୍ରଚାରରେ ଉପଯୋଗ କରୁଛି । ନିଜର ସାନପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ରାଜନୀତିକ ଅସ୍ତିତ୍ୱ ରକ୍ଷା ନିମନ୍ତେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସଭାରେ କୁନି କୁନି ପିଲାମାନେ ସାମିଲ ହେଉଥିବାରୁ ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ […]

Election Campaign

Ordigital Desk
  • Published: Thursday, 17 February 2022
  • , Updated: 17 February 2022, 10:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଶାସକ ବିଜେଡି ଖୋଲାଖୋଲି କରୋନା ଗାଇଡଲାଇନକୁ ଉଲ୍ଲଘଂନ କରି କୋମଳମତି ପିଲାଙ୍କୁ ନିର୍ବାଚନ ପ୍ରଚାରରେ ଉପଯୋଗ କରୁଛି । ନିଜର ସାନପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ରାଜନୀତିକ ଅସ୍ତିତ୍ୱ ରକ୍ଷା ନିମନ୍ତେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସଭାରେ କୁନି କୁନି ପିଲାମାନେ ସାମିଲ ହେଉଥିବାରୁ ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ନିର୍ବାଚନ କାର୍ଯ୍ୟରେ ପିଲାମାନଙ୍କ ସାମିଲ ହୋଇଥିବା ସତ୍ତ୍ୱେ କେହି ମୁହଁ ଖୋଲୁନଥିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ, ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ ଏବେ ପଂଚାୟତ ନିର୍ବାଚନ ପ୍ରଚାରକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର ବିଭିନ୍ନ ପଂଚାୟତରେ ସେ ମାରାଥନ୍ ପ୍ରଚାର କରିବାବେଳେ ତାଙ୍କ କାର୍ଯ୍ୟକ୍ରମରେ ଅଧିକ ଲୋକ ଏକଜୁଟ କରିବା ପାଇଁ ପିଲାମାନଙ୍କୁ ସାମିଲ କରିବାକୁ ତାଙ୍କ ସମର୍ଥକମାନେ ପଛାଇ ନାହାନ୍ତି । ଶ୍ରୀ ସିଂହଦେଓ ଯେଉଁ ସ୍ଥାନରେ ପ୍ରଥପାନ୍ତ ନିର୍ବାଚନୀ ସଭା କରିଛନ୍ତି ସେଠାରେ ତାଙ୍କ ସମ୍ମୁଖରେ କୋମଳମତି ପିଲାମାନେ ବସିଥିବାର ଦେଖିବାକୁ ମିଳିଛି । ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗିର ବିଧାନସଭା ଆସନରୁ ତାଙ୍କ ସାନପୁଅ ଅର୍କେଶ ନାରାୟଣ ସିଂହଦେଓ ପରାଜିତ ହେବାପରଠୁ ତାଙ୍କ ପରିବାର ବିଜେଡି ରାଜନୀତିରେ ଏକପ୍ରକାର କୋଣଠେସା ହୋଇଯାଇଛନ୍ତି । ସଂଗଠନଠୁ ଦୀର୍ଘଦିନ ଧରି ଦୂରରେ ରହିଥିବା ସିଂହଦେଓ ପରିବାର ଏବେ ପଂଚାୟତ ନିର୍ବାଚନରେ ପୁଣିଥରେ ସପରିବାର ସକ୍ରିୟ ହୋଇଛନ୍ତି । ଅନଙ୍ଗ ନିଜର ସାନ ବୋହୂ ଓ ପୁଅ ସହ ପଂଚାୟତ ନିର୍ବାଚନ ପ୍ରଚାରକୁ ଓହ୍ଲାଇ ବଲାଙ୍ଗିର ବିଧାନସଭା ମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବାକୁ ଜୋରଦାର ପ୍ରୟାସ କରିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ଜିତିବା ଉପରେ ତାଙ୍କ ସାନପୁଅ ଅର୍କେଶଙ୍କ ରାଜନୀତିକ ଭବିଷ୍ୟତ ନିର୍ଭର କରୁଥିବାରୁ ସେ ଏବେ ନିଜର ରାଜନୀତିକ ଗୋଟିଚାଳନା କରୁଥିବା ଜଣାପଡ଼ିଛି ।

[caption id="attachment_714522" align="aligncenter" width="650"] ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସଭାରେ କୁନି କୁନି ପିଲାମାନେ ସାମିଲ ହେଉଥିବାରୁ ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି[/caption]

୨୦୧୯ ସାଧାରଣ ନିର୍ବାଚନରେ ଅନଙ୍ଗଙ୍କ ଦୁଇ ପୁଅ କଳିକେଶ ଓ ଅର୍କେଶ ପରାଜିତ ହେବା ପରେ ଏହି ପରିବାରର ପ୍ରଭାବ ବିଜେଡି ସଂଗଠନ ଉପରେ ହ୍ରାସ ପାଇଛି । ତେଣୁ ପଂଚାୟତ ନିର୍ବାଚନ ଏବେ ସିଂହଦେଓ ପରିବାର ପାଇଁ ଏକପ୍ରକାର ଏସିଡ୍ ଟେଷ୍ଟ ପାଲଟିଛି । ଚଳିିତ ପଂଚାୟତ ନିର୍ବାଚନରେ ଦଳ ସେଠାରେ ଭଲ ଫଳାଫଳ ନକଲେ ବିଜେଡିରେ ସିଂହଦେଓ ପରିବାରର ଭବିଷ୍ୟତ ମଧ୍ୟ ଅନ୍ଧକାର ଭିତରକୁ ଚାଲିଯିବାର ଆଶଙ୍କା ରହିଛି । ତେଣୁ ଏସବୁ କାରଣରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାବେଳେ କୋମଳମତି ପିଲାମାନଙ୍କ ସାମିଲକୁ ମଧ୍ୟ ବାରଣ କରାଯାଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Related story