Advertisment

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ

ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ । ଆଜି ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

ଅଦ୍ୟତନ ହୋଇଛି
BJP Office

BJP Office

Advertisment

ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଆଜି ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ମିଶିଲେ ଏହି ବାହୁବଳୀ ନେତା। ପ୍ରଶାନ୍ତଙ୍କ ସହ ତାଙ୍କର ବହୁ ସମର୍ଥକ ବି ବିଜେପିରେ ସାମିଲ ହୋଇଛନ୍ତି ।

Advertisment

ପ୍ରଶାନ୍ତ ଜଗଦ୍ଦେବ ଆଜି ବିଜେପିରେ ଯୋଗ ଦେବା କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟ ବେଶ୍‌ ଚଳଚଞ୍ଚଳ ହୋଇ ପଡ଼ିଥିଲା। ଅପରାହ୍ନ ପ୍ରାୟ ୧ଟାରେ ପ୍ରଶାନ୍ତ ଜଗଦ୍ଦେବ ନିଜ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ନାରା ଦେଇ ବିଜେପି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ।

ଏହାପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା। ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ବିଜେପିର ଉତ୍ତରୀୟ ଓ ଟୋପି ପ୍ରଦାନ କରି ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ଦଳରେ ସାମିଲ କରିଥିଲେ। ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେମାନଙ୍କ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଥିଲେ। 

Advertisment

ବିଜେପିରେ ଯୋଗ ଦେବା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଥିଲେ, ବିଜେପିରେ ମିଶି ମୁଁ ଆଜି ବହୁତ ଖୁସି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ମୋତେ ପ୍ରେରଣା ଦେଇଛି। ବିଜେଡିରେ ଥିଲା ବେଳୁ ମୁଁ ମୋଦିଙ୍କୁ ସମ୍ମାନ ଜଣାଉଥିଲି। ଏଭଳି ପ୍ରଧାନମନ୍ତ୍ରୀଙ୍କ ସୈନିକ ଭାବେ କାମ କରିବି। ମୁଁ ବହୁତ ଖୁସି।

ସେ ଆହୁରି କହିଥିଲେ, ନବୀନ ବାବୁ ମୋତେ ବହୁତ ସମ୍ମାନ ଦିଅନ୍ତି ଓ ସୁରକ୍ଷା ଦିଅନ୍ତି। ଆଜି ନବୀନ ବାବୁ ଆମକୁ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି। ଏବେ ରାଜନୀତିକ ବ୍ୟବସ୍ଥାରୁ ସେ ନିବୃତ୍ତ ରହିବା ଦରକାର। ମୋତେ ବାସ୍ନା ହେଉଛି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ। ଏବେ ମୁଁ ପୂରା ଆକ୍ସନ ମୁଡ୍‌ରେ ଅଛି। ଏବେ ଓନ୍‌ଲି ଆକ୍ସନ, ନୋ ରିଆକ୍ସନ।

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଆମେ ଖୁବ୍‌ ଆନନ୍ଦିତ। ପ୍ରଶାନ୍ତ ଜଗଦ୍ଦେବ ବିଜେପି ପରିବାର ସଦସ୍ୟ ଭାବେ କାର୍ଯ୍ୟ କରିବେ। ମୋଦିଙ୍କ ନେତୃତ୍ୱରେ ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେଉଛି। ଆମେ ସମସ୍ତେ ମିଳିମିଶି ଲୋକଙ୍କ ପାଇଁ କାମ କରିବୁ।

Bjp Prashant Jagdev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe