ଜଗଦ୍ଦେବଙ୍କୁ ବୁଲେଇକି ପିଟିଦେଲା ବିଜେଡି ! | Odisha Reporter
ବିଜେଡିରୁ ବହିଷ୍କୃତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ବିଜେପିରେ ମିଶିବାକୁ ପ୍ରସ୍ତୁତ ହେଉଛନ୍ତି । ବିଜେପି ନେତାଙ୍କୁ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି ପାଇଁ ଯେଉଁ ପ୍ରଶାନ୍ତଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ଏବେ ତାଙ୍କୁ ବିଜେପି କୋଳେଇ ନେବାକୁ ଯାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଆଉ ବିଜେଡି ମୁଖପାତ୍ରଙ୍କର ଏଭଳି ବୟାନ ପରେ ବିଜେପି ପ୍ରତିକ୍ରିୟାଶୀଳ ହୋଇ କହିଛି ଯେ, ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ଏଭଳି କପୋଳକଳ୍ପିତ ଗପ କହୁଛି । ବିଜେଡି ମୁଖପାତ୍ରଙ୍କ ଅବସ୍ଥା ମିଛୁଆରାଧୁଆ ଭଳି ହେବ ବୋଲି ବିଜେପି କହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
