Advertisment

ୱାଙ୍ଗ ୱି ହେଲେ ଚୀନର ନୂଆ ବୈଦେଶିକ ମନ୍ତ୍ରୀ

ଚୀନର ନୂଆ ବୈଦେଶିକ ମନ୍ତ୍ରୀ ହେଲେ ୱାଙ୍ଗ ୱି। ମାସେ ହେବ ପୂର୍ବ ମନ୍ତ୍ରୀଙ୍କ ଖୋଜ୍-ଖବର ନାହିଁ।

author-image
Debibandita Barick
China names Wang Yi as new foreign minister

China names Wang Yi as new foreign minister

ଚୀନର ନୂଆ ବୈଦେଶିକ ମନ୍ତ୍ରୀ ହେଲେ ୱାଙ୍ଗ ୱି। ଦୀର୍ଘଦିନ ଧରି କିନ୍ ଗ୍ୟାଙ୍ଗଙ୍କ ଅନୁପସ୍ଥିତ ଥିବାରୁ, ଚୀନ ନୂଆ ବୈଦେଶିକ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛି। ଚୀନ ମିଡିଆ Xinhua ରିପୋର୍ଟ ଅନୁସାରେ, ଆଜି(ଜୁଲାଇ 25) ଚୀନର ଟପ୍ ବିଧାୟକ ୱାଙ୍ଗ ୱିଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। 

Advertisment

ଚୀନର ପୂର୍ବ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ୍ ମାସେ ହେବ କେଉଁଆଡେ ନିଖୋଜ ଥିବା ନେଇ ଚର୍ଚ୍ଚା ହେଉଥିଲା। ସେ ଜୁନ୍ ୨୫ରେ ରୁଷିଆ, ଶ୍ରୀଲଙ୍କା ଏବଂ ଭିଏତନାମ ଅଧିକାରୀଙ୍କ ସହ ଶେଷ ଥର ପାଇଁ ଏକ ବୈଠକ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କର କୌଣସି ଖୋଜ୍ ଖବର ନାହିଁ। ବୈଦଶିକ ମନ୍ତ୍ରୀଙ୍କ ଅଚାନକ ଉଭାନକୁ ନେଇ ଚୀନ ଗଣମାଧ୍ୟମରେ ମଧ୍ୟ ବେଶ୍ ଚର୍ଚ୍ଚା ହେଉଥିଲା। ଚର୍ଚ୍ଚା ଅନୁସାରେ, କିନ୍ ଗ୍ୟାଙ୍ଗ୍ ଜଣେ ସାମ୍ବାଦିକାଙ୍କ ପ୍ରେମରେ ପଡିଥିଲେ।

ତାଙ୍କ ସହ କେଉଁ ଆଡେ ଫେରାର୍ ହୋଇଯାଇଥିବା କୁହାଯାଉଥିଲା। କାରଣ ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟି ଆନୁଷ୍ଠାନିକ ଭାବେ କ୍ୟାଡରମାନଙ୍କୁ ପରକୀୟା ସମ୍ପର୍କକୁ ବାରଣ କରିଛି। ପରକୀୟା ଅଭିଯୋଗ ଆସିଲେ ସଦସ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପୂର୍ବରୁ ବହୁ ବରିଷ୍ଠ ଅଧିକାରୀଙ୍କୁ ଏହି ମାମଲାରେ ମଧ୍ୟ ଦଣ୍ଡିତ କରାଯାଇଛି। ଏହି କାରଣରୁ ସେ ଫେରାର୍ ଥିବା ଚର୍ଚ୍ଚା ହେଉଥିଲା। ତେବେ କିନଙ୍କ ନିଖୋଜ ହୋଇଯିବାକୁ ମାସେ ପୂରିଯାଇ ଥିବାବେଳେ ଚୀନ ସରକାର ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦେଇ ସାରିଛନ୍ତି। 

Advertisment
China News China New Foreign Minister International News