Advertisment

ଚାଇନାର ନୂଆ ଚାଲ୍‌, ଅରୁଣାଚଳ ପ୍ରଦେଶକୁ ନିଜର କହି ଜାରି କଲା ମ୍ୟାପ

ଭାରତର  ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇକୁ ନିଜର ବୋଲି ଦାବି କରିଛି ଏହି ଦେଶ। କେବଳ ଏତିକି ନୁହେଁ ଚାଇନା ଏହାର ମାନଚିତ୍ରରେ ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜର ଦାବି କରିଛି।

Arunachal Pradesh

Arunachal Pradesh

Advertisment

ଡ୍ରାଗନ ରଚିଲା ନୂଆ ଷଡଯନ୍ତ୍ର । ଭାରତର ସୀମାକୁ ପୁଣି ଥରେ ନିଜର ଦାବି କରିବାକୁ କରିଛି ଅପପ୍ରୟାସ। ନୂଆ ମ୍ୟାପ୍ ଜାରି କରି ଭାରତର ଅରୁଣାଚଳପ୍ରଦେଶ ଓ ଅକ୍ସାଇକୁ ନିଜର ଦାବି କରିଛି ଚାଇନା।

Advertisment

ଚୀନ୍ ଗତକାଲି ଏହାର ଅଫିସିଆଲ ଷ୍ଟାଣ୍ଡାର୍ଡ ମାନଚିତ୍ର ୨୦୨୩ ପ୍ରକାଶ କରିଛି । ଯେଉଁଥିରେ ଭାରତର  ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇକୁ ନିଜର ବୋଲି ଦାବି କରିଛି ଏହି ଦେଶ। କେବଳ ଏତିକି ନୁହେଁ ଚାଇନା ଏହାର ମାନଚିତ୍ରରେ ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜର ଦାବି କରିଛି। ନିଜ ନୂଆ ମାନଚିତ୍ରରେ ଚାଇନା ବହୁ ବିବାଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ କରିଛି। କିନ୍ତୁ ଅରୁଣାଚଳ ପ୍ରଦେଶ ଏହାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ସ୍ପଷ୍ଟ କରିଛି ଭାରତ ।

ଚୀନ୍‌ର ଅଫିସିଆଲ୍ ଖବରକାଗଜ ଗ୍ଲୋବାଲ ଟାଇମ୍ସ ସୋମବାର ଏହାର ନୂତନ ମାନକ ମାନଚିତ୍ରକୁ ଟ୍ୱିଟରରେ ପୋଷ୍ଟ କରିଛି। ଚାଇନାର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଷ୍ଟାଣ୍ଡାର୍ଡ ମାନଚିତ୍ର ସେବା ୱେବସାଇଟରେ ଏହି ନୂତନ ମାନଚିତ୍ରକୁ ଲଞ୍ଚ କରାଯାଇଛି। ଚୀନ୍ ଏବଂ ବିଶ୍ୱର ବିଭିନ୍ନ ଦେଶର ସୀମା ନିର୍ଦ୍ଧାରଣ ପ୍ରଣାଳୀ ଆଧାରରେ ଏହି ମାନଚିତ୍ର ପ୍ରସ୍ତୁତ କରାଯାଇଛି । ଏହି ମାନଚିତ୍ରରେ ଚୀନ୍‌ର ସମସ୍ତ ଅଂଶ ପ୍ରଦର୍ଶିତ ହୋଇଛି। ଏଥିସହ ଭାରତର ଦୁଇଟି ରାଜ୍ୟ ମଧ୍ୟ ଚୀନ୍ ମାନଚିତ୍ରରେ ପ୍ରଦର୍ଶିତ ହୋଇଛି।

Advertisment

ଚୀନ୍ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟ କରିନାହିଁ। ଏହା ପୂର୍ବରୁ ଏପ୍ରିଲ୍ ୨୦୨୩ ରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ ଟି ସ୍ଥାନର ମାନଚିତ୍ରରେ ପରିବର୍ତ୍ତନ କରିଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନ୍ ତୃତୀୟ ଥର ପାଇଁ ଏପରି କାର୍ଯ୍ୟ କରିଛି।

ତେବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୀନ୍‌ର ଏହି ନୂଆ ମାନଚିତ୍ର ସମ୍ପର୍କରେ ସ୍ପଷ୍ଟ ଭାବରେ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ। ଚୀନ୍‌ର ଏହି କାର୍ଯ୍ୟକୁ ବରଦାସ୍ତ କରିବ ନାହିଁ।

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଗତ ୨୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କିଛି ମିନିଟ୍‌ ପାଇଁ ଆଲୋଚନା ହୋଇଥିବା ଜଣା ଯାଇଥିଲା। ଆଲୋଚନା ବେଳେ ମୋଦି ସୀମା ବିବାଦକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହାପରେ ଦୁଇ ଦେଶର ନେତା ସୀମାନ୍ତରେ ଖୁବଶୀଘ୍ର ଉତ୍ତେଜନା ହ୍ରାସ କରିବାକୁ ରାଜି ହୋଇଥିବା ଭାରତ ସରକାର ସୂଚନା ଦେଇଥିଲେ।

ମାତ୍ର ଏହାର କିଛି ଦିନ ପରେ ଚାଇନା ପୁଣି ଥରେ ନିଜ ପ୍ରକୃତ ରଙ୍ଗ ବାହାର କରିବାରୁ ସେ ପୁରୁଣା ଅଭ୍ୟାସ ଛାଡ଼ି ପାରିବନି ବୋଲି ଆଲୋଚନା ହେଉଛି।

India-China Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe