Advertisment

ଈପସିତା ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ, ଚିନ୍ମୟ ବିଜୁ ଯୁବ ଜନତା ଦଳ ସଭାପତି

ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳ (BYJD)ର ବରିଷ୍ଠ ସାଧାରଣ ସଂପାଦକ (ଯୁବ ବ୍ୟାପାର) ନିଯୁକ୍ତ କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Ipsita and Chinmaya

Ipsita and Chinmaya

ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳ (BYJD)ର ସଭାପତି ନିଯୁକ୍ତ ହୋଇଛନ୍ତି। ସେହିପରି ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ନିଯୁକ୍ତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ନିଯୁକ୍ତି ଦେଇଛନ୍ତି। ଏହା ସହିତ ଉଭୟ ଯୁବ ଓ ଛାତ୍ର ସଂଗଠନରେ ଜଣେ ଲେଖାଏଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଓ ୩ ଜଣ ଲେଖାଏଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି ନବୀନ। 

Advertisment

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳ (BYJD)ର ବରିଷ୍ଠ ସାଧାରଣ ସଂପାଦକ (ଯୁବ ବ୍ୟାପାର) ନିଯୁକ୍ତ କରାଯାଇଥିବା ବେଳେ ରାଜେନ୍ଦ୍ର କୁମାର ସାହୁ, ଅମରେଶ ପତ୍ରୀ ଓ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ନିଯୁକ୍ତ କରାଯାଇଛି।

ସେହିପରି ବିଜୁ ଛାତ୍ର ଜନତା ଦଳ (BCJD) ର ବରିଷ୍ଠ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ଭାବେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ନିଯୁକ୍ତ କରାଯାଇଛି। ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସାଧାରଣ ସଂପାଦକ (ଛାତ୍ର ବ୍ୟାପାର) ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

Advertisment
BjD