Advertisment

ପୁଣି ଥରେ ମୁହାଁମୁହିଁ ପରିସ୍ଥିତି; ଦାଦାଙ୍କ ସିଟ୍‌ ଉପରେ ପୁତୁରାଙ୍କ ନଜର

କିଛି ଦିନ ପୂର୍ବେ କୋଳାକୋଳି ହୋଇଥିବା ଦାଦା- ପୁତୁରା ପଶୁପତି ପାରସ ଓ ଚିରାଗ ପାଶୱାନ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି।

chirag paswan and pasupati paras

chirag paswan and pasupati paras

Advertisment

କିଛି ଦିନ ପୂର୍ବେ କୋଳାକୋଳି ହୋଇଥିବା ଦାଦା- ପୁତୁରା ପଶୁପତି ପାରସ ଓ ଚିରାଗ ପାଶୱାନ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ସୃଷ୍ଟି ହୋଇଥିବା ଫାଟ ପୁଣି ଥରେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ହାଜିପୁର ଲୋକସଭା କ୍ଷେତ୍ରକୁ ନେଇ ପୁଣି ଥରେ ଉଭୟ ମୁହାଁମୁହିଁ ହୋଇଛନ୍ତି।

Advertisment

ଗତ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ (ଲୋକ ଜନଶକ୍ତି ପାର୍ଟି) ନେତା ଚିରାଗ ପାଶୱାନ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସମୟରେ ହାଜିପୁର ସିଟ୍‌ରୁ ଛିଡ଼ା ହେବାକୁ ଘୋଷଣା କରିଛନ୍ତି। ହେଲେ ହାଜିପୁର ସିଟ୍‌ରୁ ଏବେ ଏମପି ଥିବା ପଶୁପତି ପାରସ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି।

ହାଜିପୁର ସ୍ୱର୍ଗତ ରାମ ବିଳାସ ପାଶୱାନଙ୍କ ଗଡ଼ ହୋଇଥିବାରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ହିସାବରେ ସେଥିରୁ ସେ ହିଁ ଲଢ଼ିବେ ବୋଲି ଚିରାଗ ଘୋଷଣା କରିଛନ୍ତି। ମାତ୍ର ପାରସ ବି ଉକ୍ତ ଲୋକସଭା ସିଟ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଖୁଲମଖୁଲା ଘୋଷଣା କରିଛନ୍ତି।

Advertisment

ଚିରାଗଙ୍କ ଦାବିକୁ ଖଣ୍ଡନ କରି ପାରସ କହିଛନ୍ତି, ହାଜିପୁର ସିଟ୍‌ର ସେ ହିଁ ଉପଯୁକ୍ତ ଦାବିଦାର। ଏଥିନିମନ୍ତେ ତାଙ୍କୁ ଭାଜପାର ସମର୍ଥନ ମିଳିଛି। କାରଣ ଚିରାଗ ଏ ପର୍ଯ୍ୟନ୍ତ ଏନଡିଏର ଅଙ୍ଗ ନୁହନ୍ତି। କାରଣ କିଛି ଦିନ ପୂର୍ବେ ସଂସଦରେ ହୋଇଥିବା ଏନଡିଏ ସାଂସଦଙ୍କ ବୈଠକରେ ଚିରାଗଙ୍କୁ ସାମିଲ କରାଯାଇ ନ ଥିଲା।

ଏହାର ସଫେଇ ଦେଇ ଚିରାଗ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ମୋ ସମ୍ପର୍କ ଖୁବ୍‌ ମଧୁର। କିଛି ବର୍ଷ ଧରି ଉପନିର୍ବାଚନ ବେଳେ ଏନଡିଏରେ ନ ଥାଇ ବି ମୁଁ ଭାଜପା ପାଇଁ ପ୍ରଚାର କରିଛି।

ଚିରାଗ କହିଛନ୍ତି, ପିତାଙ୍କ ମୃତ୍ୟୁ ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ମୋତେ ଆଶ୍ୱାସନା ଦେଇଥିଲେ। ତେଣୁ ଏନଡିଏରେ ସାମିଲ ହେବା ପୂର୍ବରୁ ବି ମୁଁ ତାଙ୍କ ବିରୋଧରେ କେବେ କିଛି ଅଭିଯୋଗ କରିନି ।

ହାଜିପୁର ଲୋକସଭା କ୍ଷେତ୍ରରୁ ଜିତି ପାରସ ଏବେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଏହି ଆସନ ନିମନ୍ତେ ମନ ବଳାଇଛନ୍ତି ଚିରାଗ । ହେଲେ ଏହା ଜାଣି ବିଳବିଳାଇଲେଣି ପାରସ। ଆଗକୁ ଏହା କେଉଁ ମୋଡ ନେଉଛି ଓ ହାଜିପୁର ସିଟ୍‌ରୁ କିଏ ମଇଦାନଙ୍କୁ ଓହ୍ଲାଉଛନ୍ତି ତାହା ସମୟ କହିବ ।

ସୂଚନାଟୋଗ୍ୟ, ଚିରାଗଙ୍କ ବାପା ରାମ ବିଲାଶ ପାଶ୍ୱାନ ଏନଡିଏରେ ରହିଥିଲେ। କିନ୍ତୁ ତାଙ୍କ ଦେହାନ୍ତ ପରେ ଏନଡିଏ ସହ ଚିରାଗଙ୍କ ତିକ୍ତତା ସୃଷ୍ଟି ହୋଇଥିଲା। ବିହାର ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମତ ପାର୍ଥକ୍ୟ ଯୋଗୁ ଚିରାଗ ଏନଡିଏରୁ ଓହରି ଯାଇଥିଲେ।ଚିରାଗଙ୍କ ବିଦ୍ରୋହ ଯୋଗୁ ନୀତୀଶ କୁମାର କ୍ଷତି ସହିଥିଲେ ଓ ବିଜେପି ରାଜ୍ୟରେ ଫାଇଦା ହାସଲ କରିଥିଲା। କିନ୍ତୁ ଜୁନିୟର ପାଶ୍ୱାନ ଏକା ହୋଇଯାଇଥିଲା। ତାଙ୍କ ଦାଦା ପଶୁପତି ପାରସଙ୍କ ସପକ୍ଷରେ ଏଲଜେପିର ୪ ସାଂସଦ ରହିଥିବାରୁ ସେ ଏନଡିଏରେ ରହିଥିଲେ। କିନ୍ତୁ ଚିରାଗ ଅଲଗା ହୋଇଯାଇଥିଲେ।

ଦୀର୍ଘ ଦିନ ପରେ ଚିରାଗ ପାଶ୍ୱାନ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଥିବା ବେଳେ ଉଭୟ ଦାଦା- ପୁତୁରା ଏନଡିଏ ବୈଠକରେ କୋଳାକୋଳି ହୋଇଥିଲେ। କିନ୍ତୁ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ପୁଣି ଥରେ ପଦାରେ ପଡ଼ିଛି।

Chirag Paswan Poltics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe