Advertisment

ଚିରାଗ ପାଶ୍ୱାନଙ୍କୁ ଏନଡିଏ ପରିବାରକୁ ସ୍ୱାଗତ କଲା ବିଜେପି

ଚିରାଗଙ୍କ ବାପା ରାମ ବିଲାଶ ପାଶ୍ୱାନ ଏନଡିଏରେ ରହିଥିଲେ। ମୋଦି ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ତାଙ୍କ ଦେହାନ୍ତ ପରେ ଏନଡିଏ ସହ ଚିରାଗଙ୍କ ତିକ୍ତତା ସୃଷ୍ଟି ହୋଇଥିଲା।

Chirag Paswan

Chirag Paswan

Advertisment

ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଚିରାଗ ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ଭେଟିଥିଲେ। ତାଙ୍କ ସହ ଆଲୋଚନା କରିବା ପରେ ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ଏନଡିଏ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ବିଜେପି ସୂଚନା ଦେଇଛନ୍ତି। ଏଥିସହ ତାଙ୍କୁ ବିଜେପି ଏନଡିଏ ପରିବାରକୁ ସ୍ୱାଗତ କରିଛି।

Advertisment

ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ମଧ୍ୟ ଆଜି ଚିରାଗ ପାଶ୍ୱାନ ଭେଟିଥିଲେ। ତାଙ୍କ ସହ ଫଟୋ ଶେୟାର କରି ନଡ୍ଡା କହିଛନ୍ତି, “ଆଜି ଚିରାଗ ପାଶ୍ୱାନଙ୍କ ସହ ଦିଲ୍ଲୀରେ ଭେଟ ହୋଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ନିର୍ଣ୍ଣୟ ନେଇଛନ୍ତି। ମୁଁ ତାଙ୍କୁ ଏନଡିଏ ପରିବାରକୁ ସ୍ୱାଗତ କରୁଛି।” ଆସନ୍ତାକାଲି ବିଜେପି ନେତୃତ୍ୱାଧୀନ ଏନଡିଏ ଦିଲ୍ଲୀରେ ତା’ର ଶକ୍ତି ପ୍ରଦର୍ଶନ କରିବ। ଏହାପୂର୍ବରୁ ଚିରାଗ ପାଶ୍ୱାନ ଏନଡିଏରେ ସାମିଲ ହୋଇଛନ୍ତି।

ଚିରାଗଙ୍କ ବାପା ରାମ ବିଲାଶ ପାଶ୍ୱାନ ଏନଡିଏରେ ରହିଥିଲେ। ମୋଦି ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ତାଙ୍କ ଦେହାନ୍ତ ପରେ ଏନଡିଏ ସହ ଚିରାଗଙ୍କ ତିକ୍ତତା ସୃଷ୍ଟି ହୋଇଥିଲା। ବିହାର ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମତ ପାର୍ଥକ୍ୟ ଯୋଗୁ ଚିରାଗ ଏନଡିଏରୁ ଓହରି ଯାଇଥିଲେ।

Advertisment

ଚିରାଗଙ୍କ ବିଦ୍ରୋହ ଯୋଗୁ ନୀତୀଶ କୁମାର କ୍ଷତି ସହିଥିଲେ ଓ ବିଜେପି ରାଜ୍ୟରେ ଫାଇଦା ହାସଲ କରିଥିଲା। କିନ୍ତୁ ଜୁନିୟର ପାଶ୍ୱାନ ଏକା ହୋଇଯାଇଥିଲା। ତାଙ୍କ ଦାଦା ପଶୁପତି ପାରସଙ୍କ ସପକ୍ଷରେ ଏଲଜେପିର ୪ ସାଂସଦ ରହିଥିବାରୁ ସେ ଏନଡିଏରେ ରହିଥିଲେ। କିନ୍ତୁ ଚିରାଗ ଅଲଗା ହୋଇଯାଇଥିଲେ।

କିନ୍ତୁ ବିହାରର ୬% ପାଶ୍ୱାନ ଭୋଟର୍‌ ଚିରାଗଙ୍କ ସପକ୍ଷରେ ରହିଛନ୍ତି। ତେଣୁ ବିଜେପି ତାଙ୍କୁ ଏନଡିଏରେ ସାମିଲ କରିଛି। ଆଜି ଅମିତ ଶାହଙ୍କୁ ଭେଟିବା ବେଳେ ଚିରାଗ ନିଜ ଦଳ ପାଇଁ ୬ଟି ଲୋକସଭା ଆସନ ଦାବି କରିଛନ୍ତି। ଏଥିରେ ବିଜେପି ରାଜି ହୋଇଥିବା ମଧ୍ୟ ଜଣାପଡ଼ିଛି।

Jp Nadda Chirag Paswan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe