୨୦୨୪ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ। ଆଜି କଂଗ୍ରେସ ନେତୃତ୍ୱରେ ବିଭିନ୍ନ ବିପକ୍ଷ ଦଳଙ୍କୁ ନେଇ ବୈଠକ ବସୁ ଥିବାବେଳେ ଆସନ୍ତାକାଲି ଶକ୍ତି ପ୍ରଦର୍ଶନ କରିବ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (NDA)। ଏଥିପାଇଁ ଆଞ୍ଚଳିକ ଦଳମାନଙ୍କୁ ନିମନ୍ତ୍ରଣ କରିଛି ଦଳ। ବିହାରର ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି(LJP)କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା।
କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛନ୍ତି ଚିରାଗ। ତାଙ୍କୁ NDA ରେ ଯୋଗଦେବାକୁ ହେଲେ ଗୋଟିଏ ରାଜ୍ୟସଭା ଏବଂ୬ଟି ଲୋକସଭା ଆସନ ଆବଶ୍ୟକ। ଏହି ସର୍ତ୍ତ ପୂରଣ ହେଲେ ସେ NDA ରେ ଯୋଗଦେବା ନେଇ ସ୍ପଷ୍ଟ କରିଛନ୍ତି ଚିରାଗ। ରବିବାର(ଜୁଲାଇ ୧୬)ରେ ପାଟନାରେ ବସିଥିବା ବୈଠକରେ ଚିରାଗ ଏହି ସର୍ତ୍ତ ରଖିଥିବା ଜଣାପଡ଼ିଛି।
Also Read
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍ଡିଏର ବୈଠକ ବସିବ। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଅଶୋକ ହୋଟେଲରେ ଏହି ବୈଠକ ହେବ। ବିହାରରୁ ୪ ରାଜନୈତିକ ଦଳ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।
Politics
ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ; କହିଲେ- ନବୀନ ଓ ନୀତୀଶଙ୍କୁ ଭାରତରତ୍ନ ମିଳିବା ଉଚିତ
ନୀତୀଶ କୁମାରଙ୍କ ଦଳ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ଅଛି। ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏକଦା ଏନ୍ଡିଏରେ ଥିଲା।
Politics
‘ମୌକା ମୌକା ହର ବାର ଧୋକା’: ଆପ ଓ ବିଜେପି ପାଇଁ କଂଗ୍ରେସ ଜାରି କଲା ବହି
ଦିଲ୍ଲୀ ପାଇଁ ବିଜେପି ଓ ଆପ୍ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବାରମ୍ବାର ବିଫଳ ହୋଇଥିବାରୁ କଂଗ୍ରେସ ମୌକା ମୌକା ହର ବାର ଧୋକା ବହି ରିଲିଜ କରିଥିବା କହିଛି।
Politics
ଶ୍ରୀଜିଉଙ୍କୁ ଦର୍ଶନ କଲେ ରଘୁବର ଦାସ, କହିଲେ - ଦଳ ଯେଉଁ ଦାୟିତ୍ୱ ଦେବ ନିର୍ବାହ କରିବି
ଗତକାଲି ହଠାତ୍ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।