Advertisment

ଏନଡିଏରେ ଯୋଗଦେବାକୁ ସର୍ତ୍ତ ରଖିଲେ ଚିରାଗ

ଏନଡିଏ ବୈଠକରେ ଯୋଗଦେବାକୁ ସର୍ତ୍ତ ରଖିଲେ ଲୋକ ଜନଶକ୍ତି ପାର୍ଟି(LJP) ମୁଖ୍ୟ ଚିରାଗ ପାଶୱାନ।

ଅଦ୍ୟତନ ହୋଇଛି
Chirag Paswan's conditin for joining NDA

Chirag Paswan's conditin for joining NDA

Advertisment

୨୦୨୪ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ। ଆଜି କଂଗ୍ରେସ ନେତୃତ୍ୱରେ ବିଭିନ୍ନ ବିପକ୍ଷ ଦଳଙ୍କୁ ନେଇ ବୈଠକ ବସୁ ଥିବାବେଳେ ଆସନ୍ତାକାଲି ଶକ୍ତି ପ୍ରଦର୍ଶନ କରିବ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (NDA)। ଏଥିପାଇଁ ଆଞ୍ଚଳିକ ଦଳମାନଙ୍କୁ ନିମନ୍ତ୍ରଣ କରିଛି ଦଳ। ବିହାରର ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି(LJP)କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା।

Advertisment

କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛନ୍ତି ଚିରାଗ। ତାଙ୍କୁ NDA ରେ ଯୋଗଦେବାକୁ ହେଲେ ଗୋଟିଏ ରାଜ୍ୟସଭା ଏବଂ୬ଟି ଲୋକସଭା ଆସନ ଆବଶ୍ୟକ। ଏହି ସର୍ତ୍ତ ପୂରଣ ହେଲେ ସେ NDA ରେ ଯୋଗଦେବା ନେଇ ସ୍ପଷ୍ଟ କରିଛନ୍ତି ଚିରାଗ। ରବିବାର(ଜୁଲାଇ ୧୬)ରେ ପାଟନାରେ ବସିଥିବା ବୈଠକରେ ଚିରାଗ ଏହି ସର୍ତ୍ତ ରଖିଥିବା ଜଣାପଡ଼ିଛି।   

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏର ବୈଠକ ବସିବ। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଅଶୋକ ହୋଟେଲରେ ଏହି ବୈଠକ ହେବ। ବିହାରରୁ ୪ ରାଜନୈତିକ ଦଳ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ ପାଇଛନ୍ତି।

Advertisment

Chirag Paswan Nda Chirag Paswan Conditin NDA Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe