Advertisment

UPSC ଲାଟେରାଲ ଏଣ୍ଟ୍ରୀକୁ ବିରୋଧ କଲେ କେନ୍ଦ୍ରମନ୍ତ୍ରୀ ଚିରାଗ

ରାହୁଲ ଗାନ୍ଧିଙ୍କ ଭଳି ସେ ମଧ୍ୟ ଲାଟେରାଲ ଏଣ୍ଟ୍ରୀରେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏହାକୁ ବିରୋଧରେ ମତ ରଖିଛନ୍ତି।

Chirag Paswan

Chirag Paswan

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ପରୋକ୍ଷ ସମର୍ଥନ ମିଳିଛି। ଚିରାଗ ପାଶ୍ୱାନ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରଥମ ଦଳ ଭାବେ ୟୁପିଏସସିରେ ଲାଟେରାଲ ଏଣ୍ଟ୍ରୀକୁ ବିରୋଧ କରିଛନ୍ତି।

Advertisment

ରାହୁଲ ଗାନ୍ଧିଙ୍କ ଭଳି ସେ ମଧ୍ୟ ଲାଟେରାଲ ଏଣ୍ଟ୍ରୀରେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏହାକୁ ବିରୋଧରେ ମତ ରଖିଛନ୍ତି। ବିନା ସଂରକ୍ଷଣ ପଛୁଆ ବର୍ଗଙ୍କ ପ୍ରତି ଅବହେଳା ବୋଲି ସେ କହିଛନ୍ତି। ଏଥିସହ ସେ ଏହି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଆଗରେ ଉପସ୍ଥାପନ କରିବେ। ତାଙ୍କ ଦଳ କୌଣସି ବି ପରିସ୍ଥିତିରେ ଏହାକୁ ସମର୍ଥନ କରିବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ ମତ ରଖିଛନ୍ତି।

ଚିରାଗ କହିଛନ୍ତି, “ଯେକୌଣସି ସରକାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ରହିବା ଜରୁରୀ। ଏଥିରେ କୌଣସି ଯଦି ଓ କିନ୍ତୁ ରହିବା କଥା ନୁହେଁ। ଘରୋଇ କ୍ଷେତ୍ରରେ ଏବେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ। ଯଦି ଏହା ସରକାରୀ ପଦବୀ କ୍ଷେତ୍ରରେ ନ ହେବ, ତା’ହେଲେ କ’ଣ ହେବ? ଏହି ସୂଚନା ମୋତେ ରବିବାର ମିଳିଛି। ଏହା ନିଶ୍ଚିତ ମୋ ପାଇଁ ଚିନ୍ତାର ବିଷୟ।”

Advertisment

ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ମୁଖ୍ୟଙ୍କ କହିବା କଥା ଯେ ସରକାରଙ୍କ ସଦସ୍ୟ ହିସାବରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ତାଙ୍କ ପାଖରେ ଉପଯୁକ୍ତ ମଞ୍ଚ ରହିଛି ଓ ସେ ଏହାକୁ ନିଶ୍ଚିତ ଉଠାଇବେ।

ୟୁପିଏସ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦକ୍ଷ ଓ ଅନୁପ୍ରାଣିତ ଭାରତୀୟ ନାଗରିକମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବରିଷ୍ଠ ପ୍ରଶାସନିକ ପଦପବଦୀରେ ଲାଟେରାଲ ନିଯୁକ୍ତି ପାଇଁ ଦରଖାସ୍ତ ଦେଇ ପାରିବେ। ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପ ସଚିବ ଭାବେ ୨୪ଟି ମନ୍ତ୍ରଣାଳୟରେ ସେମାନଙ୍କୁ ଲାଟେରାଲ ଏଣ୍ଟ୍ରୀ ପ୍ରକ୍ରିୟାରେ ନିଯୁକ୍ତି ମିଳିବ। ଏନେଇ ୪୫ଟି ପଦ ଖାଲି ରହିଛି।

ତେବେ ପ୍ରଶାସନିକ ସେବାରେ ଲାଟେରାଲ ଏଣ୍ଟ୍ରୀ ପ୍ରସଙ୍ଗ ବିତର୍କର କାରଣ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ପ୍ରକ୍ରିୟାକୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଆରଏସଏସ ପ୍ରତି ବିଶ୍ୱସ୍ତ ହୋଇଥିବା ଅଫିସରମାନଙ୍କୁ ପଛ ଦୂଆରରେ ଏଣ୍ଟ୍ରୀ କରାଇବା ପାଇଁ ଏହା ମୋଦି ସରକାରଙ୍କ ଚାଲ। ୟୁପିଏସ୍‌ସିକୁ ସାଇଡ୍ କରିବା ପାଇଁ ଲାଟେରାଲ ଏଣ୍ଟ୍ରୀକୁ ବ୍ୟବହାର କରାଯାଉଛି।

ଏସ୍‌ସି, ଏସ୍‌ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ସଂରକ୍ଷଣ ନ ଦେବାକୁ ଏପରି ହୋଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଓ ପଛୁଆ ବର୍ଗର ଲୋକଙ୍କୁ ସରକାରୀ ଚାକିରିରୁ ବାହାରେ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

Rahul Gandhi UPSC Chirag Paswan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe